ବରଯାତ୍ରୀ ଯିବା ପାଇଁ ଘରୁ ବାହାରିଲେ, ଶେଷରେ ମିଳିଲା ଗୁଳିବିଦ୍ଧ ମୃତଦେହ

Advertisment
ବରଯାତ୍ରୀ ଯିବା ପାଇଁ ଘରୁ ବାହାରିଲେ, ଶେଷରେ ମିଳିଲା ଗୁଳିବିଦ୍ଧ ମୃତଦେହ

Image Source: News Nation

ସମସ୍ତିପୁର : ବିହାରର ସମସ୍ତିପୁରରୁ ଆସିଛି ଏକ ଅଭାବନୀୟ ଖବର। ବରଯାତ୍ରୀ ହୋଇ ଯାଇଥିବା ଜଣେ ଯୁବକ ‌‌ଶେଷରେ ଶବ ହୋଇ ଫେରିଛନ୍ତି। ଏକ କୁକୁଡ଼ା ଫାର୍ମ ଚଳାଉଥିବା ଏହି ଯୁବବ୍ୟବସାୟୀଙ୍କୁ  ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି  । ଏହି ଘଟଣାଟି ସମସ୍ତିପୁର ଗ୍ରାମାଞ୍ଚଳ ଥାନା ଅଂଚଳରେ ଥିବା ଜିତ୍ତପୁର ହାଉସିଂ କଲୋନୀ ନିକଟରେ ଘଟିଛି ।

ସୂଚନା ମୁତାବକ ଯୁବକ ଜଣକ ବରଯାତ୍ରୀରେ ଯିବା ପାଇଁ ଘରୁ ବାହାରି ଯାଇଥିଲେ। ତା’ପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଥିଲେ । ମୃତକ ୨୫ ବର୍ଷୀୟ ଚନ୍ଦ୍ରଶେଖର ଲାଟବାସୁପୁରା ପଞ୍ଚାୟତର ପରିହତା ଗାଁର ବାସିନ୍ଦା ଥିଲେ ଏବଂ ସେଠାରେ ଏକ କୁକୁଡ଼ା ଫାର୍ମ କରି ଚଳି ଆସୁଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ଚନ୍ଦ୍ରଶେଖର ବିଳମ୍ବିତ ରାତିରେ ଘରୁ ବାହାରି ବରଯାତ୍ରୀକୁ ଯିବେ ବୋଲି କହିଥିଲେ ଏବଂ ସେ ଆଉ ଘରକୁ ଫେରି ନଥିଲେ। ସେ ବହୁ ସମୟ ଧରି ନ ଫେରିବାରୁ  ତାଙ୍କ ପରିବାରର  ସଦସ୍ୟ ପୁଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲେ ।

ପୁଲିସ ତୁରନ୍ତ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲା। ଜିତ୍ତପୁର  ହାଉସିଂ ବୋର୍ଡ କଲୋନୀରେ ଚନ୍ଦ୍ରଶେଖରଙ୍କ ମୃତଦେହ ମିଳିଥିଲା। ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୁଲିସ ଏକ ହତ୍ୟା ମାମଲା ଦାୟର କରି ତଦନ୍ତ ଆଗକୁ ବଢ଼ାଇଛି ।

ସେହିପରି ବିହାରର ଛପରା ସଦର ଡାକ୍ତରଖାନା ପରିସରରେ ଆଉ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁଳି କରି ହତ୍ୟା କରିବା ପରେ ବାଇକ୍ ଯୋଗେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ମୃତ ବ୍ୟକ୍ତି ଜଣକ ଦାହିୟାନ ଦାର୍ଗା ନିବାସୀ ଜନାର୍ଦ୍ଦନ ରାୟଙ୍କ ୩୦ ବର୍ଷୀୟ ପୁଅ ନନ୍ଦଲାଲ ରାୟ ବୋଲି ଜଣାପଡିଛି । ଯୁବକଙ୍କ ହତ୍ୟା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କେଉଁ କାରଣରୁ ହତ୍ୟାକାଣ୍ଡ ହେଇଛି ବର୍ତ୍ତମାନ ଘଟଣାର କାରଣ ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe