ମୋଦୀଙ୍କର ଦୟାମାୟା ନାହିଁ: ପାୱାର

ବାଜପେୟୀ ସଂସ୍କୃତିସମ୍ପନ୍ନ ଭଦ୍ରଲୋକ ଥିଲେ

ଶରଦ ପାୱାରଙ୍କୁ ଆୟକର ନୋଟିସ୍‌

PTI

ମୁମ୍ବାଇ: ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ସଂସ୍କୃତିସଂପନ୍ନ ଭଦ୍ରଲୋକ ଥିଲେ। ସେ ସମସ୍ତ ଦିଗକୁ ବିଚାର କରି ନିଷ୍ପତ୍ତି ନେଉଥିଲେ, ତାଙ୍କ ନିଷ୍ପତ୍ତି ଦ୍ବାରା ଯେମିତି କେହି ଆଘାତପ୍ରାପ୍ତ ନ ହେବେ, ସେଥିପ୍ରତି ସେ ଧ୍ୟାନ ଦେଉଥିଲେ। ନରେନ୍ଦ୍ର ମୋଦୀ ଜଣେ ଦକ୍ଷ ନେତା। କୌଣସି ନିଷ୍ପତ୍ତି ନେଲାବେଳେ ତାଙ୍କର ଦୟାମାୟା ନଥାଏ। ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ବେଳେ ମୋଦୀ ନିର୍ଦ୍ଦୟ ହୋଇ ଉଠନ୍ତି ବୋଲି ଏନ୍‌ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି। ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲାବେଳେ ତାଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଉପାଧ୍ୟକ୍ଷ କରିଥିଲେ ବୋଲି ଆଜି ଶରଦ୍‌ ପାୱାର ସ୍ମରଣ କରିଛନ୍ତି। ପାୱାର ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ମହାରାଷ୍ଟ୍ରର କୃଷି ଓ ଶିଳ୍ପର ବିକାଶ ପାଇଁ ଫଡ୍‌ନାଭିସ କୌଣସି ପଦକ୍ଷେପ ନେଇନାହାନ୍ତି। ଫଡ଼ନାଭିସ ଜଣେ ବିଫଳ ମୁଖ୍ୟମନ୍ତ୍ରୀ ବୋଲି ପାୱାର କହିଛନ୍ତି। ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ଅତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିବା ପାଇଁ ବିଜେପି-ଶିବସେନା ଦାୟୀ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe