ସମୟ ନଷ୍ଟ ହେଉଥିବାରୁ ଅକ୍ଟୋବର ୧ରୁ ଅଫିସରେ ଫୋନ ବ୍ୟବହାର ଉପରେ ଲାଗିବ ପ୍ରତିବନ୍ଧକ !

ସମୟ ନଷ୍ଟ ହେଉଥିବାରୁ ଅକ୍ଟୋବର ୧ରୁ ଅଫିସରେ ଫୋନ ବ୍ୟବହାର ଉପରେ ଲାଗିବ ପ୍ରତିବନ୍ଧକ !

ଅମରାବତୀ: ଅଫିସକୁ ଯିବା ପ‌ରେ ଫୋନ ବ୍ୟବହାର ଉପରେ ଲାଗିବ ରୋକ୍। ଅଫିସ ଚେୟାରରେ ବସି କାମ ଆରମ୍ଭ କରିବା ପରେ ଫୋନକୁ ହାତ ଲଗାଇପାରିବେନି କର୍ମଚାରୀ। ଏଭଳି ନିୟମ ଓଡ଼ିଶାରେ ନୁହେଁ ବରଂ ଆନ୍ଧ୍ରପ୍ରଦେଶରେ ଲାଗୁ କରାଯାଇଛି। ଆନ୍ଧ୍ରପ୍ରଦେଶର କେନ୍ଦ୍ରୀୟ ବିଦ୍ୟୁତ୍ ବଣ୍ଟନ ନିଗମ ଲିମିଟେଡ୍(ସିପିଡିସିଏଲ)ର କର୍ମଚାରୀଙ୍କ ଉପରେ ଏହି ନିୟମ ଅକ୍ଟୋବର ୧ରୁ ଲାଗୁ ହେବ ବୋଲି ଜଣାପଡ଼ିଛି।

ସିପିଡିସିଏଲ୍ କହିଛି ଯେ, ଯୋଗାଯୋଗ ପାଇଁ ବ୍ୟବହାର ହେଉଥିବା ଇଲେକ୍ଟ୍ରୋନିକ୍ ଗ୍ୟାଜେଟଗୁଡିକ ପ୍ରକୃତରେ ଶବ୍ଦ ସୃଷ୍ଟି କରିବାର ଏକ ମାଧ୍ୟମ ପାଲଟିଛି। କାରଣ କର୍ମଚାରୀମାନେ କାମ କରିବା ସମୟରେ ମୋବାଇଲ୍ ଫୋନରେ ଅଧିକ ସମୟ ନଷ୍ଟ କରୁଛନ୍ତି, ଯାହାଦ୍ୱାରା କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ତେଣୁ ସିପିଡିସିଏଲର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଜେ ପଦ୍ମ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅଫିସରେ କାମ କରିବା ସମୟରେ କର୍ମଚାରୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ତେବେ ସିପିଡିସିଏଲର ବରିଷ୍ଠ ଅଧିକାରୀମାନଙ୍କ ଉପରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଜଣାପଡ଼ିିଛି।

ପୂର୍ବରୁ କୌଣସି ସରକାରୀ କାର୍ଯ୍ୟାଳୟରେ ଏଭଳି ନିୟମ ଲାଗୁ ହୋଇନଥିବା ସିପିଡିସିଏଲ ପକ୍ଷରୁ କୁହାଯାଉଛି। ଅକ୍ଟୋବର ୧ରୁ ସିପିଡିସିଏଲର ସମସ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଅପରେଟର, ରେକର୍ଡ ଆସିଷ୍ଟାଣ୍ଟ, ଟାଇପିଷ୍ଟ, ଜୁନିଅର ଏବଂ ସିନିୟର ଆସିଷ୍ଟାଣ୍ଟ ଏବଂ ଠିକା କର୍ମଚାରୀମାନଙ୍କୁ ଅଫିସରେ ପ୍ରବେଶ କରିବା ସମୟରେ ମୋବାଇଲ୍ ଫୋନ୍ ଜମା କରିବାକୁ ପଡିବ। କାମ କରିବା ସମୟରେ କୌଣସି କର୍ମଚାରୀଙ୍କୁ କଲ୍ କିମ୍ବା ମେସେଜ ପଠାଇବାକୁ ଅନୁମତି ଦିଆଯିବ ନାହିଁ। ସେମାନଙ୍କୁ କେବଳ ମଧ୍ୟାହ୍ନ ଭୋଜନ ଏବଂ ଟି- ବ୍ରେକ୍ ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯିବ। ଜରୁରୀ ଥି‌ଲେ ବରିଷ୍ଠ ଅଧିକାରୀଙ୍କୁ ଜଣାଇ କଲ୍ କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe