ନୀତୀଶଙ୍କୁ ସମର୍ଥନ କ‌‌ଲେ ପାୱାର

Advertisment
ରୁଟି ଓଲଟାଇବାର ସମୟ ଆସିଗଲାଣି, ବିଳମ୍ବ ନ ହେବା ଆବଶ୍ୟକ: ଶରଦ ପାୱାର

Newsmobile

ପୁନେ : ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମର୍ଥନ କରିଛନ୍ତି। ବିଜେପି ଆଞ୍ଚଳିକ ସହଯୋଗୀ ମାନଙ୍କୁ ଧୀରେଧୀରେ ଶେଷ କରିଦେଉଛି ବୋଲି ପାୱାର ଅଭିଯୋଗ କରିଛନ୍ତି। ବାରାମତିରେ ସାମ୍ବାଦିକଙ୍କୁ ସୂଚନା ଦେଇ ପାୱାର କହିଛନ୍ତି, ଶିବସେନା କିଭଳି ଦୁର୍ବଳ ହେବ ସେନେଇ ବିଜେପି ଯୋଜନା କରିଥିଲା ଏବଂ ଦଳ ମଧ୍ୟ‌ରେ ବିଭାଜନ ସୃଷ୍ଟି ହେଲା।

ଏକ ଉଦାହରଣ ଦେଇ ପାୱାର କହିଛନ୍ତି, ପଂଜାବରେ ଅକାଳୀ ଦଳ ବିଜେପି ସହ ଥିଲା। ପ୍ରକାଶ ସିଂହ ବାଦଲଙ୍କ ଭଳି ନେତା ବିଜେପି ସହ ଥିଲେ। କିନ୍ତୁ ଆଜି ପଂଜାବରେ ଏହି ଦଳର କୌଣସି ପ୍ରାଧାନ୍ୟ ନାହିଁ। ବିହାରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଲା। ତେଣୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗୁଆ ସତର୍କ ହୋଇ ବିଜେପି ସହ ମେଣ୍ଟ ଭାଙ୍ଗି ଦେଇଛନ୍ତି। ପାୱାର କହିଛନ୍ତି, ବିଜେପି ନେତାମାନେ ଯେତେ ସମା‌ଲୋଚନା କଲେ ବି ନୀତୀଶ କୁମାର ଠିକ୍‌ ନିଷ୍ପତ୍ତି ନେଇଛନ୍ତି। ନୀତୀଶ ତାଙ୍କ ରାଜ୍ୟ ଏବଂ ତାଙ୍କ ଦଳ ପାଇଁ ଠିକ୍‌ ନିଷ୍ପତ୍ତି ନେଇଛନ୍ତି ବୋଲି ପାୱାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe