Image Courtesy of India Today
ନୂଆଦିଲ୍ଲୀ: ସୂର୍ଯ୍ୟରେ ସଂଘଠିତ ଶକ୍ତିଶାଳୀ ଉଦ୍ଗୀରଣରୁ ସୃଷ୍ଟ ସୌର ଚୁମ୍ବକୀୟ ତୋଫାନ ଆଜି ପୃଥିବୀରେ ପହଞ୍ଚିବାର ସମ୍ଭାବନା ଅଛି। ଗତ ଅଳ୍ପ କେତେ ସପ୍ତାହ ପୂର୍ବେ ଆହୁରି ବଡ଼ ହୋଇଯାଇଥିବା ବୃହଦ୍କାୟ ସୌରକଳଙ୍କ ଅଞ୍ଚଳ ‘ଏଆର୍୨୯୩୬’ ଅଞ୍ଚଳରେ ସଂଘଠିତ ଏହି ବିସ୍ଫୋରଣ ବା ଉଦ୍ଗୀରଣରୁ ନିର୍ଗତ ‘କରୋନାଲ୍ ମାସ୍ ଇଜେକ୍ସନ୍’ (ସିଏମ୍ଇ) ପୃଥିବୀ ଆଡ଼କୁ ଆସୁଛି। ଏହି ସୌରକଳଙ୍କଟି ଏତେ ବିରାଟ ଯେ, ସେଥିରେ ପୃଥିବୀ ଖପି ହୋଇ ରହିଯିବ।
କୋଲ୍କାତାସ୍ଥିତ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ’ ଅଧୀନରେ ଥିବା ‘ସେଣ୍ଟର୍ ଫର୍ ଏସ୍କେଲେନ୍ସ୍ ଇନ୍ ସ୍ପେସ୍ ସାଇନ୍ସେସ୍’ କହିଛି ଯେ, ସୂର୍ଯ୍ୟରୁ ନିର୍ଗତ ‘ସିଏମ୍ଇ’ ଫେବ୍ରୁଆରି ୨ ତାରିଖ ବିଳମ୍ବିତ ସନ୍ଧ୍ୟାରୁ ଫେବ୍ରୁଆରି ୩ ତାରିଖ ସକାଳ ସୁଦ୍ଧା ପୃଥିବୀରେ ପହଞ୍ଚିବ। କିନ୍ତୁ, ଏହାର ଗତି ବେଗ ଖୁବ୍ ମନ୍ଥର ଅଛି।
/sambad/media/post_attachments/wp-content/uploads/2022/02/sun-F-1024x576.jpg) Image Courtesy of Mint
 Image Courtesy of Mint‘ଏମ୍୧ ଶ୍ରେଣୀୟ ସୌର ଉଦ୍ଗୀରଣ’ରୁ ନିର୍ଗତ ଉକ୍ତ ‘ସିଏମ୍ଇ’ ଜାନୁଆରି ୩୦ ତାରିଖ ଦିନ ମହାଶୂନ୍ୟକୁ ବିଚ୍ଛୁରିତ ହୋଇଥିଲା। ପ୍ରାୟ ୪ ଘଣ୍ଟା ଧରି ସଂଘଠିତ ଏହି ଉଦ୍ଗୀରଣର ଯୋଗୁଁ ନିର୍ଗତ ଉପାଦାନଗୁଡ଼ିକ ପୃଥିବୀ ସମେତ ସୂର୍ଯ୍ୟମଣ୍ଡଳ ପରିସରସ୍ଥ ଅନ୍ୟ ଗ୍ରହ ଓ ଫାଙ୍କା ଜାଗା ଆଡ଼କୁ ଠେଲି ହୋଇ ଆସିଥିଲା। ଏହି ଉପାଦାନ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ଧକ୍କା ଖାଇଲେ ସାମାନ୍ୟ ଶକ୍ତିଶାଳୀ ‘ଜି-୨’ ଶ୍ରେଣୀୟ ‘ଜିଓମାଗ୍ନେଟିକ୍’ ଭୂଚୁମ୍ବକୀୟ ତୋଫାନ ହେବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/02/sun.jpg)