ଦୁବାଇ: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଉପରେ ଦେଖିବାକୁ ମିଳିଛି। ଶନିବାର ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅଂଚଳ ସମେତ ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଣାଯିବା ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ବିଶ୍ୱର ଏହି ଅନ୍ୟତମ ବ୍ୟସ୍ତବହୁଳ ବିମାନବନ୍ଦରରେ ବିମାନ ଚଳାଚଳକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ଆକାଶମାର୍ଗରୁ ଆସୁଥିବା ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସହରରେ ‘ଏୟାର ଡିଫେନ୍ସ ସିଷ୍ଟମ’କୁ ସକ୍ରିୟ କରାଯାଇଛି। ବିମାନବନ୍ଦର ଉପରେ ଏକ ବିସ୍ଫୋରଣ ପରେ ଆକାଶରେ କଳା ଧୂଆଁର ବାଦଲ ଦେଖାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି।
ବିମାନ ସେବା ବାଧାପ୍ରାପ୍ତ
ଭୟଭୀତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର
ସକ୍ରିୟ ହେଲା ଏୟାର ଡିଫେନ୍ସ ସିଷ୍ଟମ
ସୂଚନା ଅନୁଯାୟୀ, ଯୁଦ୍ଧକାଳୀନ ସତର୍କ ସୂଚନା ବା ‘ଆଲର୍ଟ’ ଜାରି ହେବା ମାତ୍ରେ ବିମାନବନ୍ଦରରେ ଅପେକ୍ଷା କରିଥିବା ହଜାର ହଜାର ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ସୁରକ୍ଷାକର୍ମୀମାନେ ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ବିମାନବନ୍ଦର ପରିସରରେ ଥିବା ଭୂତଳ ଟ୍ରେନ୍ ଟନେଲ୍ ମଧ୍ୟକୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲେ। ଦୁବାଇର ପ୍ରମୁଖ ବିମାନ ସେବା ସଂସ୍ଥା ‘ଏମିରେଟ୍ସ’ ପକ୍ଷରୁ ସମସ୍ତ ଉଡ଼ାଣକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଫେବୃଆରି ୨୮ରୁ ମାର୍ଚ୍ଚ ୩୧ ମଧ୍ୟରେ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିଥିବା ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କିମ୍ବା ପୁନଃ ବୁକିଂର ସୁବିଧା ଦିଆଯାଇଛି। ବର୍ତ୍ତମାନ କିଛି ସୀମିତ ବିମାନ ଚଳାଚଳ ସ୍ୱାଭାବିକ ହେଉଥିଲେ ହେଁ, ଯାତ୍ରୀମାନେ ନିଜ ନିଜର ଏୟାରଲାଇନ୍ ସହିତ ଯୋଗାଯୋଗ କରି ନିଶ୍ଚିତ ହେବା ପରେ ହିଁ ବିମାନବନ୍ଦରକୁ ଆସିବାକୁ ପରାମର୍ଶ ଦିଆଯାଇଛି। ଏହି ଘଟଣା ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/08/dubai-airport-2026-03-08-02-02-51.jpg)