ଦେଶରେ ପିପିଇର ଘୋର୍‌ ଅଭାବ

ଦେଶରେ ପିପିଇର ଘୋର୍‌ ଅଭାବ

IBTimes India

ନୂଆଦିଲ୍ଲୀ : ଦେଶବ୍ୟାପୀ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ କରୋନା ମୁକାବିଲା ପାଇଁ ଆଗ ଧାଡ଼ିର ଯୋଦ୍ଧା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ଏବେ ସଂଘର୍ଷ କରୁଛନ୍ତି। ସେମାନଙ୍କ ପାଇଁ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ)ର ଘୋର ଅଭାବ ଦେଖାଦେଇଛି। କ‌ରୋନା ମୁକାବିଲା ଦିଗରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କ ଭୂମିକା ଖୁବ୍‌ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ପିପିଇ ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଡାକ୍ତରମାନଙ୍କ ମନୋବଳ ଭାଙ୍ଗିଯାଉଛି ଏବଂ ଡାକ୍ତର ଓ ସାସ୍ଥ୍ୟକର୍ମୀମାନଙ୍କୁ ନାନାଦି ସଂଘର୍ଷ କରିବାକୁ ପଡ଼ୁଛି। ଭାରତରେ ପ୍ରାୟ ୫୦ରୁ ଅଧିକ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ଭାଇରସ୍‌ ସଂକ୍ରମିତ ହୋଇଛନ୍ତି। ହସ୍ପିଟାଲ୍‌ଗୁଡ଼ିକ କ‌ରୋନା ହଟ୍‌ସ୍ପଟ୍‌ ପାଲଟୁଥିବାରୁ ଏହା ଭାରତ ପାଇଁ ଏକ ବଡ଼ ଚ୍ୟା‌ଲେଂଜ ହୋଇଛି।

ଗୋଟିଏ ପିପିଇକୁ ୬-୭ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିହେବ ଏବଂ ଡାକ୍ତରମାନେ ଏହି ପିପିଇକୁ ଦ୍ବିତୀୟ ଥର ବ୍ୟବହାର କରିପାରିବେନି। କିନ୍ତୁ ପିପିଇ ଅଭାବ ଯୋଗୁଁ ବିଭିନ୍ନ ହସ୍ପିଟାଲ୍‌ରେ ଡାକ୍ତର ଏବଂ ନର୍ସ‌ମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଙ୍ଗାଲୁରୁର ଏକ ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା କରୁଥିବା ଡାକ୍ତର ଏବଂ ନର୍ସମାନେ ୱାସରୁମ୍‌ ନଯିବାପାଇଁ ପାଣି ପିଇବା କମାଉଛନ୍ତି। କେହି କେହି ମଧ୍ୟ ଆଡଲ୍ଟ ଡାଇପର ବ୍ୟବହାର କରୁଥିବା ଜାଣିବାକୁ ମିଳିଛି। ଭାଇରସ୍‌ ନ ବ୍ୟାପିବା ପାଇଁ ହସ୍ପିଟାଲ୍‌ରେ ଏସି ଏବଂ ଫ୍ୟାନ୍‌ ବନ୍ଦ ରହୁଥିବାରୁ ପିପିଇ ପିନ୍ଧିବା ଯୋଗୁଁ ପ୍ରବଳ ଝାଳ ବାହାରୁଛି। ଏଥିପାଇଁ ମଧ୍ୟ ଡାକ୍ତରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe