ହାଇଦ୍ରାବାଦର ବନ୍ୟା ପ୍ରପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧.୫କୋଟି ତାଙ୍କ ଦାନ କଲେ ସାଉଥ ସୁପରଷ୍ଟାର ପ୍ରଭାସ

Advertisment
ହାଇଦ୍ରାବାଦର ବନ୍ୟା ପ୍ରପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧.୫କୋଟି ତାଙ୍କ ଦାନ କଲେ ସାଉଥ ସୁପରଷ୍ଟାର ପ୍ରଭାସ

Outlook India

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମହେଶ ବାବୁ, ଜେଆର ଏନଟିଆର ଏବଂ ଚିରଞ୍ଜୀବୀଙ୍କ ପରେ ସୁପରଷ୍ଟାର ପ୍ରଭାସ ହାଇଦ୍ରାବାଦରେ ହୋଇଥିବା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି | ବନ୍ୟା ପ୍ରପୀଡିତଙ୍କ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କରିଛନ୍ତି। ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ମାତା ବି.ଏ ରାଜୁ ଘୋଷଣା କରିଛନ୍ତି ଯେ, ହାଇଦ୍ରାବାଦର ବନ୍ୟା ପ୍ରପୀଡ଼ିତଙ୍କୁ ପ୍ରଭାସ ୧.୫ କୋଟି ଟଙ୍କା ଦାନ କରିଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ପ୍ରଭାସ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଥିଲେ |

ପ୍ରଭାସଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ମହେଶ ବାବୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଥିବା ବେଳେ ସାଉଥ ସୁପରଷ୍ଟାର ଜେଆର ଏନଟିଆର ୫୦ଲକ୍ଷ ଟଙ୍କା ଦାନ କରିଛନ୍ତି | ଏହା ସହ ସାଉଥ ସୁପରଷ୍ଟାର ନାଗାର୍ଜୁନ ୫୦ଲକ୍ଷ ଏବଂ ଚିରଞ୍ଜୀବୀ ୧କୋଟି ଟଙ୍କା ଦାନ କରିଛନ୍ତି |

ସୂଚନା ମୁତାବକ, ହାଇଦ୍ରାବାଦରେ ହୋଇଥିବା ବନ୍ୟା କାରଣରୁ ଗତ କିଛି ଦିନ ମଧ୍ୟରେ ସହରର ପ୍ରାୟ ୩୭,୦୦୦ ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି | ଏବେ ମ୍ୟୁନିସିପାଲିଟି କର୍ମଚାରୀ ଏବଂ ବିପର୍ଯ୍ୟୟ ମୁକାବିଲା ବଳ ପ୍ରଭାବିତ ହୋଇଥିବା ଲୋକମାନଙ୍କ ଜୀବନକୁ ସ୍ୱାଭାବିକ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe