ରିୟାନ୍‌ ସ୍କୁଲ୍‌ ହତ୍ୟାକାଣ୍ଡ: ଦୋଷୀ ନାବାଳକଙ୍କୁ ମିଳିଲାନି ଜାମିନ

Advertisment
ରିୟାନ୍‌ ସ୍କୁଲ୍‌ ହତ୍ୟାକାଣ୍ଡ: ଦୋଷୀ ନାବାଳକଙ୍କୁ ମିଳିଲାନି ଜାମିନ

Image Courtesy of TOI

ଗୁରୁଗ୍ରାମ: ରିୟାନ୍‌ ଇଣ୍ଟର୍‌ନେସ୍‌ନାଲ୍‌ ସ୍କୁଲ୍‌ର ୭ ବର୍ଷିୟ ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କୁ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ୧୬ ବର୍ଷିୟ ଛାତ୍ରଙ୍କର ଜାମିନ ଆବେଦନକୁ ସୋମବାର ଦିନ ସେସନ୍‌ସ୍‌ କୋର୍ଟ ନାମଞ୍ଜୁର କରି ଦେଇଛନ୍ତି।

ଆଡିସ୍‌ନାଲ୍‌ ସେସନ୍‌ସ୍‌ ଜଜ୍‌ ଯଶବୀର କୁଣ୍ଡୁ ସମ୍ପ୍ରତି ହାଜତରେ ଥିବା ଦୋଷୀକୁ ଆଶ୍ୱସ୍ତି ଦେବାକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ପୂର୍ବରୁ ଦୋଷୀ ସାବ୍ୟସ୍ତଙ୍କ କାଉନ୍‌ସେଲ୍‌, ସିବିଆଇ ଏବଂ ଅଭିଯୋଗକାରୀଙ୍କ ଯୁକ୍ତି ଶୁଣି ପୂର୍ବରୁ ଅଦାଲତ ଆଦେଶ ସଂରକ୍ଷିତ କରି ରଖିଛନ୍ତି।
ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ୍‌ ଅନୁସାରେ, ପ୍ରତିପକ୍ଷ କାଉନ୍‌ସେଲ୍‌ ଦାବି କରିଛନ୍ତି ଯେ ମାମଲାର ଚାର୍ଜସିଟ୍‌ ମାସେ ମଧ୍ୟରେ ଫାଇଲ୍‌ କରାଯାଇ ନ ଥିଲା କି, ଆବଶ୍ୟକ କାଗଜପତ୍ର ଦାଖଲ କରାଯାଇ ନ ଥିଲା।

ଏହାକୁ ବିରୋଧ କରି ସିବିଆଇ କହିଥିଲା ଯେ ସିଆର୍‌ପିସି ବ୍ୟବସ୍ଥା ଅନୁସାରେ, ଦୋଷୀ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଦ୍ୱାରା ପ୍ରାପ୍ତବୟସ୍କ ଘୋଷିତ ହୋଇଥିବା କାରଣରୁ ୯୦ ଦିନ ମଧ୍ୟରେ ଚର୍ଜସିଟ୍‌ ଫାଇଲ୍‌ କରିବା ବାଧ୍ୟତାମୂଳକ।

ଗତବର୍ଷ ସେପ୍ଟେମ୍ବର ଆଠ ତାରିଖ ଦିନ ସ୍କୁଲ୍‌ର ଓ୍ଵାସ୍‌ରୁମ୍‌ ଭିତରୁ ଗଳାକଟା ଅବସ୍ଥାରେ ପ୍ରଦ୍ୟୁମ୍ନଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe