ଅପରେସନ ‘ପ୍ରହାର-୩’ ଆରମ୍ଭ: ୮ ଜଣ ନକ୍ସଲ କମାଣ୍ଡରଙ୍କ ବିରୋଧରେ ଚାଲିବ ଘମାସାନ ଲଢେଇ

ବିଜାପୁର ଜିଲ୍ଲାରେ ନକ୍ସଲ ହମଲା ଘଟଣା: ନକ୍ସଲ ହମଲା ଘଟଣାର ମାଷ୍ଟର ମାଇଣ୍ଡ ହିଡମା ପ୍ରଥମ ରହିବ

ଅପରେସନ ‘ପ୍ରହାର-୩’ ଆରମ୍ଭ: ୮ ଜଣ ନକ୍ସଲ କମାଣ୍ଡରଙ୍କ ବିରୋଧରେ ଚାଲିବ ଘମାସାନ ଲଢେଇ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ହୋଇଥିବା ନକ୍ସଲ ହମଲାର ମାଷ୍ଟର ମାଇଣ୍ଡ ହିଡମା ବୋଲି ସଂପୂର୍ଣ୍ଣ ରୂପେ ପୁଲିସ ସୁରାକ ପାଇସାରିଛି। ନକ୍ସଲ ନେତା ହିଡମାର ନେତୃତ୍ବରେ ଶତାଧିକ ନକ୍ସଲ ଏହି ହମଲାରେ ସାମିଲ ଥିଲେ।ଏହି ହମଲାରେ ସୁରକ୍ଷାକର୍ମୀଙ୍କୁ ବହୁ କ୍ଷତି ସହିବାକୁ ପଡିଛି। ଏପରିକି ଦେଶକୁ ମଧ୍ୟ ଦୋହଲାଇ ଦେଇଛି।ଏବେ ନକ୍ସଲ ବିରୋଧରେ ଏକ ବଡ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଅପରେସନରେ ହିଡମା ସମେତ ନକ୍ସଲଙ୍କର ୮ ଜଣ ଟପ୍ କ୍ୟାଡର ନକ୍ସଲଙ୍କ ନାମ ଘୋଷଣା କରାଯାଇଛି। ଆଗାମୀ ଦିନରେ ଏମାନଙ୍କୁ ପୁଲିସ ଟାର୍ଗେଟ କରି ମାରିବ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଜଗଦଲପୁର ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପହଞ୍ଚି ଏକ ରୁଦ୍ଧଦ୍ବାର ବୈଠକରେ ଏହି ନାମଗୁଡିକକୁ ଫାଇନାଲ କରିଥିବା ଜଣାପଡିଛି।ଆଗାମୀ ଲଢେଇକୁ ଅପରେସନ ‘ପ୍ରହାର- ୩’ ବୋଲି କୁହାଯାଇଛି। ଜଗଦଲପୁର ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପହଞ୍ଚି ଏକ ଉଚ୍ଚସ୍ତରୀୟ ବୈଠକରେ ନକ୍ସଲଙ୍କ ଜବାବ ଦେବା ପାଇଁ ବିଭିନ୍ନ ଉପାୟ କହିଛନ୍ତି। ଏହି ବୈଠକରେ ଶାହା କହିଥିଲେ ଯେ ମୁଁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି। ସେମାନଙ୍କର ଏହି ସର୍ବୋଚ୍ଚ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ।ଏହି ଲଢେଇ ଆଉ ବନ୍ଦ ହେବ ନାହିଁ ଆଗକୁ ବଢିବ ବୋଲି ସେ କହିଥିଲେ। ଏହା ସହ ହ୍ୟୁମାନ ଇଣ୍ଟେଲିଜେନସ ଏବଂ ଟେକନିକାଲ ଇଣ୍ଟେଲିଜେନସର ସାହାରା ନିଆଯିବ ବୋଲି କୁହାଯାଇଛି। ବସ୍ତରଠାରେ ଅବସ୍ଥାପିତ ସୁରକ୍ଷାକର୍ମୀମାନେ ଟପ୍ ମାଓ କ୍ୟାଡରଙ୍କ ଲିଷ୍ଟ ପ୍ରସ୍ତୁତ କରିଛନ୍ତି।ଯେଉଁଥିରେ ମିଲିଟାରି ପ୍ଲାଟୁନ-୬ର ଟପ୍ କମାଣ୍ଡର ହିଡମା ପ୍ରଥମ ସ୍ଥାନରେ ରହିଛି।

publive-image

ସୁକମା ଜଂଗଲରେ ହିଡମା ଛପି ରହି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାରେ ସଫଳ ହେଉଥିବା ପୁଲିସ ଜାଣିପାରିଛି।ଏହି ଲିଷ୍ଟରେ ହିଡମା ସମେତ ମିଲିଟାରି ପ୍ଲାଟୁନ-୧ର କମାଣ୍ଡର କମଲେଶ ଅରଫ ଲଚ୍ଛୁ,କମାଣ୍ଡର ସାକେତ ନୁରେତି,କମାଣ୍ଡର ଲାଲୁ ଦଣ୍ଡାମି,ପ୍ଲାଟୁନ ନମ୍ବର-୨ର କମାଣ୍ଡର ମଙ୍ଗେସ ଗୋଣ୍ଡ,କମାଣ୍ଡର ରାମଜୀ,ପ୍ଲାଟୁନ ନମ୍ବର-୧୭ର କମାଣ୍ଡର ସୁଖଲାଲ ଏବଂ ଡିବିସିଏମ ମିଲିଟାରି ପ୍ଲାଟୁନ ନମ୍ବର-୧୬ର କମାଣ୍ଡର ମଲେସ। ଛତିଶଗଡର ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କ କହିବା ହେଲା ବସ୍ତର ଡିଭିଜନରେ ମୋଷ୍ଟ ୱାଣ୍ଟେଡ ନକ୍ସଲ ଥିଲା ରାମନ୍ନା। ତାର ମୃତ୍ୟୁ ପରେ ଏବେ ହିଡମା ସବୁଠାରୁ ମାରାତ୍ମକ ନକ୍ସଲ ବୋଲି କହିଛନ୍ତି।

ରାମନ୍ନା ନାମରେ ସରକାର ଏକ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ରାମାନ୍ନାର ସ୍ଥାନକୁ ଏହେ ହିଡମା ନେଇଯାଇଛି।ହିଡମାକୁ ଖୋଜିବା ପାଇଁ ବସ୍ତର ପୁଲିସ ଦୀର୍ଘ ଦିନ ଧରି ଅପରେସନ ଚଳାଇଛି। କିନ୍ତୁ ସଫଳ ହୋଇପାରୁନାହିଁ। କେନ୍ଦ୍ରୀୟ କମିଟି ହିଡମାକୁ ଡିକେଏସଜେସିର ମୁଖ୍ୟ କରିଛନ୍ତି। ହିଡମାକୁ ଛତିଶଗଡର ନକ୍ସଲ ପ୍ରବଣ ଅଂଚଳରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ରଖାଯାଇଛି। ହିଡମା ଉପରେ ସରକାର ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। କିନ୍ତୁ ଓଡିଶା ଏବଂ ତେଲେଙ୍ଗାନାରେ ହିଡମାର ପୁରସ୍କାର ରାଶି ଅଲଗା ରହିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe