ପ୍ରତିଭା ରାୟଙ୍କୁ ‘ପଦ୍ମଭୂଷଣ’, ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

Advertisment
ପ୍ରତିଭା ରାୟଙ୍କୁ ‘ପଦ୍ମଭୂଷଣ’, ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ଦୁଇ ସୁପରିଚିତ ବ୍ୟକ୍ତିତ୍ବଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବିଶିଷ୍ଟ ‌ସାହିତ୍ୟିକ ଓ ଶିକ୍ଷାବିତ ଡ.ପ୍ରତିଭା ରାୟଙ୍କୁ ‘ପଦ୍ମଭୂଷଣ’ ଓ ପାରା ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ସହ ବିଭିନ୍ନ ରାଜ୍ୟର ସମୁଦାୟ ୭୪ ଜଣ ସଫଳ ବ୍ୟକ୍ତଙ୍କୁ ଆଜିର ସମାରୋହରେ ପୁରସ୍କୃତ କରାଯାଇଛି। ଏହି ପୁରସ୍କାର ପ୍ରଦାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ।

ଦେଶର ଜଣାଶୁଣା କଥାଶିଳ୍ପୀ ପ୍ରତିଭା ରାୟ ଏଥିପୂର୍ବରୁ ୨୦୦୭ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ସାହିତ୍ୟ କ୍ଷେତ୍ରକୁ ଅବଦାନ ଲାଗି ସେ ୨୦୦୦ ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ଏବଂ ୨୦୧୧ରେ ଜ୍ଞାନପୀଠ ପୁରସ୍କାର ଭଳି ଶୀର୍ଷ ପୁରସ୍କାର ଲାଭ କରିଥିଲେ।

ପାରା ଅଲମ୍ପିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣପଦକ ଆଣିଥିବା ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ଆଜି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସୁନା ପୁଅ ପ୍ରମୋଦ ଭଗତଙ୍କୁ  ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତ ପାରା ଅଲମ୍ପିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣପଦକ ଜିତିଥିଲେ ଏହି ଓଡ଼ିଆ ବ୍ୟାଡମିଣ୍ଟନ ତାରକା । ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ହେବା ପୂର୍ବରୁ ପ୍ରମୋଦଙ୍କୁ ମିଳିଥିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ।

ଉଲ୍ଲେଖଯୋଗ୍ୟ,  ଜାନୁଆରି ୨୫ ତାରିଖ ଦିନ କେନ୍ଦ୍ର ସରକାର ୨୦୨୨ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe