ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରଣବ ମୋଠାରୁ ଅଧିକ ଯୋଗ୍ୟ: ମନମୋହନ

Advertisment
ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରଣବ ମୋଠାରୁ ଅଧିକ ଯୋଗ୍ୟ: ମନମୋହନ

Hindustan Times

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ଦଳର ସଂକଟମୋଚକ ଭାବେ ପରିଗଣିତ ହେଉଥିବା ପ୍ରଣବ ମୁଖାର୍ଜୀଙ୍କର ଏକ ପୁସ୍ତକ୍ତ ଉନ୍ମୋଚନ ଅବସରରେ ଅତିଥି ଭାବେ ୨୦୧୭ ମସିହାରେ ଯୋଗଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସେଥିରେ ମନମୋହନ କହିଥିଲେ ମୋତେ ଯେତେବେଳେ ପ୍ରଧାନମନ୍ତ୍ରୀ କରାଯାଇଥିଲା ପ୍ରଣବଙ୍କୁ ନିଶ୍ଚିତଭାବେ ଧକ୍କା ଲାଗିଥିଲା। ଏହି ଧକ୍ା ଲାଗିବାର କରିବାର ଯଥେଷ୍ଟ କାରଣ ମଧ୍ୟ ଥିଲା। କିନ୍ତୁ ସେ ମୋତେ ସମର୍ଥନ ଓ ସମ୍ମାନ କରିଥିଲେ। ଆମ ଭିତରେ ଥିବା ଉତ୍ତମ ସଂପର୍କ ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ମନମୋହନ କହିଥିଲେ। ସେହିଭଳି ମନମୋହନ କହିଥିଲେ ‌ପ୍ରଣବ ପ୍ରଧାନମନ୍ତ୍ରୀ ହେବା ପାଇଁ ମୋଠାରୁ ଅଧିକ ଯୋଗ୍ୟ । କିନ୍ତୁ ସରକାର ଚଳାଇବା ପାଇଁ ସୋନିଆ ମୋତେ ପ୍ରଧାନମନ୍ତ୍ରୀ ପଦରେ ବସାଇଥିଲେ ବୋଲି ମନମୋହନ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe