ବିଜେପି ସରକାରଙ୍କ କାର୍ଯ୍ୟକ୍ରମରେ ପ୍ରଣବ

Advertisment

ଆର୍‌ଏସ୍‌ଏସ୍‌ ସହିତ ସହବନ୍ଧନ ଖବରକୁ ଖଣ୍ଡନ

ଆର୍‌ଏସ୍‌ଏସ୍‌ ସହିତ ସହବନ୍ଧନ ଖବରକୁ ଖଣ୍ଡନ

ବିଜେପି ସରକାରଙ୍କ କାର୍ଯ୍ୟକ୍ରମରେ ପ୍ରଣବ

ଗୁରୁଗ୍ରାମ: ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ହରିୟାଣାର ବିଜେପି ସରକାରଙ୍କ ସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ହରିୟାଣାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଣବଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହିତ ଏକାଠି ବସିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ସ୍ମାର୍ଟଗାଓଁ ଯୋଜନାର କିଛି ପରିଯୋଜନା ଆରମ୍ଭ କରାଯାଇଥିଲା। ତେବେ ଏଥିରେ ପ୍ରଣବଙ୍କ ଯୋଗଦାନକୁ ନେଇ ଆଜି ଦେଶବ୍ୟାପୀ ଚର୍ଚ୍ଚା ହୋଇଛି। ପୂର୍ବରୁ ସେ ନାଗପୁରଠାରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଚର୍ଚ୍ଚାକୁ ଆସିଥିଲେ। ଆର୍‌ଏସ୍‌ଏସ୍‌ ପକ୍ଷରୁ ନିମନ୍ତ୍ରଣ ପଠାଯିବା ପରେ କଂଗ୍ରେସ ନେତାମାନେ ପ୍ରଣବଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ପରାମର୍ଶ ଦେଇଥିଲେ। ସେ କିନ୍ତୁ କାହା କଥା ନଶୁଣି ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏମିତି କି କାର୍ଯ୍ୟକ୍ରମରେ ସମ୍ବୋଧନ କରି ପ୍ରଣବ ରାଷ୍ଟ୍ର, ରାଷ୍ଟ୍ରବାଦ ଏବଂ ରାଷ୍ଟ୍ରଭକ୍ତି ପ୍ରସଙ୍ଗ ଉଠାଇଥିଲେ। ଉଲ୍ଲେଖଯୋଗ୍ୟ, ରବିବାର ପୂର୍ବ ରାଷ୍ଟ୍ରପତି ଗୁରୁଗ୍ରାମରେ ନିଜ ପ୍ରଣବ ମୁଖାର୍ଜୀ ଫାଉଣ୍ଡେସନ୍‌ର କିଛି ଯୋଜନା ଆରମ୍ଭ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ମନୋହର ଲାଲ ଖଟ୍ଟରଙ୍କ ସହିତ ଦେଖାଯିବା ପରେ ବିଭିନ୍ନ ଚର୍ଚ୍ଚା ହୋଇଛି। ଆର୍‌ଏସ୍‌ଏସ୍‌ର ହରିୟାଣା ଶାଖା ସହିତ ପ୍ରଣବ ମୁଖାର୍ଜୀ ଫାଉଣ୍ଡେସନ୍‌ର ସହବନ୍ଧନ ହେବା ନେଇ ମଧ୍ୟ ଚର୍ଚ୍ଚା ହୋଇଛି। ତେବେ ଏହାକୁ ପ୍ରଣବଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଏ ନେଇ ଏକ ବିବୃତିରେ ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସେଭଳି କିଛି ପଦକ୍ଷେପ ନିଆଯାଇ ନାହିଁ। ଭବିଷ୍ୟତରେ ମଧ୍ୟ ସେମିତି କିଛି ଯୋଜନା ନାହିଁ। ଉଲ୍ଲେଖଯୋଗ୍ୟ, ସ୍ମାର୍ଟ ଯୋଜନାରେ ପ୍ରଣବ ମୁଖାର୍ଜୀ ଗୁରୁଗ୍ରାମର ଦୁଇଟି ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe