ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

Advertisment
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

www.indiatoday.in

ନୂଆଦିଲ୍ଲୀ: ସୋମବାର କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ୮୪ ବର୍ଷୀୟ ପ୍ରଣବଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ପ୍ରଣବଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିଲେ ବି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ସୂଚନା ରହିଛି।

ସୋମବାର ତାଙ୍କ ଅସ୍ତ୍ରୋପଚାର ପୂର୍ବରୁ କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ସେ କରୋନା ପଜିଟିଭ୍‌ ଥିବା ଜଣା ପଡ଼ିଥିଲେ। ପ୍ରଣବ ଏକ ଟ୍ବିଟ୍‌ କରି ଲେଖିଥିଲେ, ‘ଭିନ୍ନ ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ଯାଇଥିଲି। ସେଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଲି। ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମୁଁ ଅନୁରୋଧ କରୁଛି ‌ଯେ ଦୟାକରି ନିଜକୁ କ୍ବାରେଣ୍ଟାଇନ୍‌ରେ ରଖନ୍ତୁ ଓ କୋଭିଡ୍‌-୧୯ ପରୀକ୍ଷା କରାଇ ନିଅନ୍ତୁ।’

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଣବଙ୍କ ଝିଅ ଶର୍ମିଷ୍ଠାଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଣବ ମୁଖାର୍ଜୀ ୨୦୧୨ରୁ ୧୦୧୭ ଯାଏ ଭାରତର ରାଷ୍ଟ୍ରପତି ଥିଲେ। ଗତବର୍ଷ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe