Image Courtesy of Zee News
ନୂଆଦିଲ୍ଲୀ: ଶନିବାର ସକାଳ ପର୍ଯ୍ୟନ୍ତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଅପରିବର୍ତ୍ତିତ ରହିଥିବା କଥା ଆର୍ମି ରିସର୍ଚ ଆଣ୍ଡ୍ ରେଫେରାଲ୍ ହସ୍ପିଟାଲ୍ କହିଛି। ପୂର୍ବପରି ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି।
ଏକ ବିବୃତି ଜାରିକରି ଡାକ୍ତରଖାନା କହିଛି, ସେ ଭେଣ୍ଟିଲେଟର୍ ସପୋର୍ଟରେ ଅଛନ୍ତି। ତାଙ୍କର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ, ଶରୀରର ତାପମାତ୍ରା, ରକ୍ତଚାପ, ହୃଦ୍ସ୍ପନ୍ଦନ ଓ ଶ୍ବାସପ୍ରଶ୍ବାସ ଧାରା ଠିକ୍ ରହିଛି। ଦଳେ ବିଶେଷଜ୍ଞ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।
/sambad/media/post_attachments/wp-content/uploads/2020/08/pm-4.jpg)
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗତ ରବିବାର ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ମୁଣ୍ଡା ବାନ୍ଧିଯାଇଥିବା ରକ୍ତ ଟେଳାଟିକୁ ବାହାର କରିବାକୁ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଛି।
ସେ କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ମଧ୍ୟ ଅଗଷ୍ଟ ୧୦ ତାରିଖ ଦିନ ତାଙ୍କର ଅସ୍ତ୍ରୋପଚାର କରାଯିବା ପୂର୍ବରୁ ଜଣାପଡ଼ିଥିଲା।
ଭାରତର ୧୩ଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ପ୍ରଣବ ମୁଖାର୍ଜୀ ୨୦୧୨ ଜୁଲାଇରୁ ୨୦୧୭ଯାଏଁ କ୍ଷମତାରେ ଥିଲେ।
Follow Us