ମୋ ବାପାଙ୍କ ପାଇଁ ତ କରିନଥିଲ; ଏଭଳି କହି କଂଗ୍ରେସକୁ ଟାର୍ଗେଟ କଲେ ଶର୍ମିଷ୍ଠା

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଦେହାନ୍ତ ପରେ ଏବେ କଂଗ୍ରେସ ତାଙ୍କର ଏକ ପୃଥମ ସ୍ମାରକୀ କରିବା ପାଇଁ ନିବେଦନ କରିଛି। ଏବିଷୟରେ ଜାଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ।

tpranab

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଦେହାନ୍ତ ପରେ ଏବେ କଂଗ୍ରେସ ତାଙ୍କର ଏକ ପୃଥମ ସ୍ମାରକୀ କରିବା ପାଇଁ ନିବେଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସ୍ତାବ ଦେବା ପରେ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ବାପାଙ୍କ ପାଇଁ ତ ଏକ ଶୋକସଭା କରିନଥିଲ ବୋଲି କହି ଶର୍ମିଷ୍ଠା କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ଏକ୍ସ(ପୂର୍ବରୁ ଟ୍ବିଟର)ରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଯେତେବେଳେ ମୋ ପିତା ତଥା ପୂର୍ବତନ ଭାରତୀୟ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅଗଷ୍ଟ ୨୦୨୦ରେ ଦେହାନ୍ତ ହୋଇଥିଲା, ସେତେବେଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁଡି) ଦ୍ୱାରା ଶୋକସଭା କରାଯାଇନଥିଲା। କଂଗ୍ରେସର ଜଣେ ବରିଷ୍ଠ ନେତା ମୋତେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ପାଇଁ ଏଭଳି ଶୋକସଭା ଅନୁଷ୍ଠିତ ହୁଏନାହିଁ। ହେଲେ ପରେ ମୁଁ ବାପାଙ୍କ ଡାଏରୀରୁ ଜାଣିବାକୁ ପାଇଥିଲି ଯେ, ପୂର୍ବତନ ରାଷ୍ଟ୍ରପତି କେ.ଆର.ନାରାୟଣନଙ୍କ ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏକ ଶୋକସଭା କରିଥିଲା ଏବଂ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ସମବେଦନା ପତ୍ର ଲେଖିଥିଲେ।

ସି.ଆର. କେଶବନ, ମନମୋହନଙ୍କ ପୃଥକ ସ୍ମାରକୀ ପ୍ରସ୍ତାବ ବିଷୟରେ ସୂଚନା ଦେଇ କରିଥିବା ଟ୍ବିଟକୁ ରିଟ୍ବିଟ୍ କରି ସେ ଏଭଳି ପୋଷ୍ଟ କରିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe