ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁଁ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି

Advertisment
ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁଁ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି

ନୂଆଦିଲ୍ଲୀ: ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଆସିଥିବା କଥା ବୁଧବାର ଦିନ ଆର୍ମି ରିସର୍ଚ ଆଣ୍ଡ୍‌ ରେଫେରାଲ୍‌ ହସ୍ପିଟାଲ୍‌ କହିଛି।

ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟ୍‌ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୮୪ ବର୍ଷିୟ ପୂର୍ବତନ ରାଷ୍ଟ୍ରପତିଙ୍କର ତତ୍ତ୍ବାବଧାନ କରୁଥିବା ଡାକ୍ତରମାନେ କହିଛନ୍ତି ଯେ, ସେ ଏବେ ମଧ୍ୟ ଭେଣ୍ଟିଲେଟର୍‌ରେ ଅଛନ୍ତି।

କିନ୍ତୁ ତାଙ୍କର ପୁତ୍ର ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ କହିଛନ୍ତି ଯେ ତାଙ୍କ ବାପାଙ୍କ ଠାରେ ଉନ୍ନତିର ସକାରାତ୍ମକ ଲକ୍ଷଣ ଦେଖାଯାଉଛି। ଟୁଇଟ୍‌ କରି ସେ ଲେଖିଛନ୍ତି, ଆପଣମାନଙ୍କର ଶୁଭେଚ୍ଛା ଏବଂ ଡାକ୍ତରମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ମୋ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି! ତାଙ୍କର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ, ଶରୀରର ତାପମାତ୍ରା, ରକ୍ତଚାପ, ହୃଦ୍‌ସ୍ପନ୍ଦନ ଓ ଶ୍ବାସପ୍ରଶ୍ବାସ ଧାରା ଠିକ୍ ନିୟନ୍ତ୍ରଣାଧୀନ ରହିଛି! ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉନ୍ନତିର ସକାରାତ୍ମକ ଲକ୍ଷଣ ପରିଦୃଷ୍ଟ ହେଉଛି। ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି।

publive-image

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗତ ରବିବାର ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ମୁଣ୍ଡା ବାନ୍ଧିଯାଇଥିବା ରକ୍ତ ଟେଳାଟିକୁ ବାହାର କରିବାକୁ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଛି।

ସେ କୋଭିଡ୍‌-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ମଧ୍ୟ ଅଗଷ୍ଟ ୧୦ ତାରିଖ ଦିନ ତାଙ୍କର ଅସ୍ତ୍ରୋପଚାର କରାଯିବା ପୂର୍ବରୁ ଜଣାପଡ଼ିଥିଲା।

ଭାରତର ୧୩ଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ପ୍ରଣବ ମୁଖାର୍ଜୀ ୨୦୧୨ ଜୁଲାଇରୁ ୨୦୧୭ଯାଏଁ କ୍ଷମତାରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe