ଜାତୀୟ ପ୍ରସଙ୍ଗରେ ସହମତି ସୃଷ୍ଟି କରିବାରେ ନିଜର ଅସାଧାରଣ ଦକ୍ଷତା ପାଇଁ ପ୍ରଣବ ଦା ଚିରକାଳ ସ୍ମରଣୀୟ ହୋଇ ରହିବେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ଜାତୀୟ ପ୍ରସଙ୍ଗରେ ସହମତି ସୃଷ୍ଟି କରିବାରେ ନିଜର ଅସାଧାରଣ ଦକ୍ଷତା ପାଇଁ ପ୍ରଣବ ଦା ଚିରକାଳ ସ୍ମରଣୀୟ ହୋଇ ରହିବେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷୀୟାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଟ୍ଵିଟ୍‌ କରିଥିବା ନିଜର ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗ ଖବରରେ ମୁଁ ଅତ୍ୟନ୍ତ ଦୁଃଖିତ, ଗଭୀର ଭାବେ ମର୍ମାହତ। ସ୍ୱର୍ଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପ୍ରଣବ ଦା’ ସମ୍ବୋଧନ ପୂର୍ବକ ନିଜ ଟ୍ଵିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ ସେ ଜଣେ ଗୁଣଗ୍ରାହୀ ପାଠକ, ଶକ୍ତିଶାଳୀ ବକ୍ତା ତଥା ପ୍ରଚଣ୍ଡ ବିଦ୍ୱାନ ଥିଲେ ଏବଂ ଶାସନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅଭିଜ୍ଞତା ରହିଥିଲା। ଜାତୀୟ ପ୍ରସଙ୍ଗରେ ସହମତି ସୃଷ୍ଟି କରିବା କ୍ଷେତ୍ରରେ ନିଜର ଅସାଧାରଣ ଦମତା ପାଇଁ ସେ ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe