ମୋଦୀ ସରକାରଙ୍କୁ ଚେତାଇଲେ ପ୍ରଣବ

Advertisment
ମୋଦୀ ସରକାରଙ୍କୁ ଚେତାଇଲେ ପ୍ରଣବ

Amar Ujala

ନୂଆଦିଲ୍ଲୀ: ଦେଶରେ ଏବେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରବଳ ବିରୋଧ ଜାରି ରହିଛି ଏବଂ ସରକାର ଏହାର ମୁକାବିଲା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ସୁକୁମାର ସେନ୍‌ ସ୍ମୃତି କାର୍ଯ୍ୟକ୍ରମରେ ଦେଇଥିବା ବୟାନ ଚର୍ଚ୍ଚାରେ ରହିଛି। ପ୍ରଣବ କହିଛନ୍ତି ଯେ ଗଣତନ୍ତ୍ରରେ ସମସ୍ତଙ୍କ କଥା ଶୁଣିବା, ବିଚାର ବ୍ୟକ୍ତ କରିବା, ତର୍କ-ବିତର୍କ ଏବଂ ଅସହମତି ରହିବା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହା ଦ୍ବାରା ଗଣତନ୍ତ୍ରର ସ୍ଥିତି ସୁଦୃଢ଼ ହୋଇଥାଏ ବୋଲି ପ୍ରଣବ କହିଛନ୍ତି। ଦେଶରେ ନିର୍ବାଚନ ଏବଂ ନିର୍ବାଚନୀ ପ୍ରକ୍ରିୟାକୁ ପବିତ୍ର ଏବଂ ସର୍ବୋଚ୍ଚ ସ୍ଥାନରେ ରଖାଯିବାରୁ ହିଁ ଗଣତନ୍ତ୍ର ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ପ୍ରଣବଙ୍କ ଏହି ବୟାନକୁ ସିଏଏ ଆନ୍ଦୋଳନ ପରିପ୍ରେକ୍ଷୀରେ ମୋଦୀ ସରକାରଙ୍କ ପାଇଁ ଏକ ବାର୍ତ୍ତା ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe