The Indian Express
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଛି। ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ସୂତ୍ରରୁ ଆଜି ଏହି ସୂଚନା ମିଳିଛି। ଏହା ପୂର୍ବରୁ ଫୁସ୍ଫୁସ୍ରେ ସଂକ୍ରମଣ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟରେ ଅବନତି ହୋଇଥିଲା। ଚିକିତ୍ସା ପରେ ସେ ସମସ୍ୟା ଦୂର ହୋଇଛି। ଗତ ୧୦ ଦିନ ହେଲା ପ୍ରଣବ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ଏବେବି ଭେଣ୍ଟିଲେଟରରେ ଅଛନ୍ତି। ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।
Follow Us