The Wire
ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବି ପ୍ରଶାନ୍ତ ଭୁଷଣଙ୍କ ଦ୍ୱାରା ଅଦାଲତ ଅବମାନା ମାମଲାରେ ସୁପ୍ରିମକୋର୍ଟ ଗୁରୁବାରଦିନ ଦଣ୍ଡବିଧାନ ଘୋଷଣା କରିବାକୁ ଥିବାବେଳେ ତାହାକୁ ଆଉ କିଛିଦିନ ଘୁଞ୍ଚାଇଦେବାକୁ ପ୍ରଶାନ୍ତ ଭୂଷଣ ଆବେଦନ କରିଛନ୍ତି । ଏହି ମାମଲାରେ ରିଭ୍ୟୁ ପିଟିସନ ବା ପୁନର୍ବିଚାର ଆବେଦନ କରାଯାଇଥିବାରୁ ତାହାର ରାୟ ଆସିବା ପର୍ଯ୍ୟନ୍ତ ଦଣ୍ଡବିଧାନକୁ ସ୍ଥଗିତ ରଖାଯାଉ ବୋଲି ପ୍ରଶାନ୍ତ ଭୂଷଣ ନିଜର ଓକିଲ କାମିନି ଜୟସ୍ୱାଲଙ୍କ ମାଧ୍ୟମରେ ଅନୁରୋଧ କରିଛନ୍ତି ।
ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଓ ୨୦ ତାରିଖରେ ଦଣ୍ଡବିଧାନ ହେବ ବୋଲି ଦିନ ଧାର୍ଯ୍ୟ କରିଥିଲେ ।
ସୂଚନାଯୋଗ୍ୟ ଯେ ଭାରତର ମୁଖ୍ୟ ବିଚାରପତି ଏସ ଏ ବବଡେ ଏବଂ ଚାରିଜଣ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ବିଷୟରେ ପ୍ରଶାନ୍ତ ଭୂଷଣଙ୍କ ଦ୍ବାରା କରାଯାଇଥିବା ଦୁଇଟି ଆକ୍ଷେପମୂଳକ ପୃଥକ ଟ୍ୱିଟକୁ ନିଜ ଆଡ଼ୁ ବିଚାର ଲାଗି ଗ୍ରହଣ କରି ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିଥିଲେ। ଏହା ସହ ଏ ନେଇ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ନୋଟିସ ପଠାଇଥିଲେ।
Follow Us