କଂଗ୍ରେସରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ କିଶୋର, ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଇବାକୁ ଲବି!

କଂଗ୍ରେସରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ କିଶୋର, ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଇବାକୁ ଲବି!

image source--navbharattimes

ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ରାହୁଲଙ୍କ ବାସଭବନରେ ହୋଇଥିବା ବୈଠକରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଏବଂ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ‌ତେବେ ଏହି ବୈଠକ ପରେ ପ୍ରଶାନ୍ତ କିଶୋର ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତକାଲି ରାହୁଲ, ପ୍ରିୟଙ୍କାଙ୍କ ସହ ବୈଠକରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବା ପ୍ରସଙ୍ଗ ପ୍ରଶାନ୍ତ ଉଠାଇଥିବା ଚର୍ଚ୍ଚା ହେଉଛି।

ବୈଠକରେ ପଂଜାବ ଏବଂ ଉତ୍ତରପ୍ରଦେଶ ନିର୍ବାଚନ ସମେତ ଜାତୀୟ ରଣନୀତି ଉପରେ ମଧ୍ୟ ଆଲୋଚନା‌ ହୋଇଛି। କିଛି ବଡ଼ ଲକ୍ଷ୍ୟ ରଖି କଂଗ୍ରେସ ପ୍ରଶାନ୍ତ କିଶୋରଙ୍କୁ ଦଳକୁ ଆଣିବାକୁ ଚେଷ୍ଟା ଚଳାଇଛି ବୋଲି କୁହାଯାଉଛି। କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଏବଂ ପ୍ରଶାନ୍ତ କିଶୋରଙ୍କୁ ନେଇ ଆଗାମୀ ଦିନରେ କିଛି ବଡ଼ ଘୋଷଣା କରିପାରୋ। ନିକଟରେ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିଥିବା ପ୍ରଶାନ୍ତ କିଶୋର ମଧ୍ୟ ନିର୍ବାଚନୀ ରଣନୀତିଜ୍ଞ ଭୂମିକା ଛାଡ଼ିଦେବେ ବୋଲି ସୂଚନା ଦେଇଥିଲେ। ଗଣମାଧ୍ୟମରେ ସାକ୍ଷାତକାର ଦେଇ ପ୍ରଶାନ୍ତ କିଶୋର କହିଥିଲେ, ଏବେ ନିଜେ କିଛି କରିବାର ସମୟ ଆସିଛି। ତେଣୁ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe