ଜେଡିୟୁରେ ପ୍ରଶାନ୍ତ କିଶୋରଙ୍କୁ ପଦୋନ୍ନତି

Advertisment

ଦଳର ପ୍ରଥମ ଉପାଧ୍ୟକ୍ଷ ହେଲେ

ଦଳର ପ୍ରଥମ ଉପାଧ୍ୟକ୍ଷ ହେଲେ

ଲକ୍‌ଡାଉନ୍‌ ନେଇ ବିହାର ରାଜନୀତି ସରଗରମ: ନୀତୀଶଙ୍କୁ ପ୍ରଶାନ୍ତ, ତେଜସ୍ବୀଙ୍କ ଟାର୍ଗେଟ୍‌

ପାଟନା: ବିହାରର ଶାସକ ଦଳ ଜେଡିୟୁରେ ପ୍ରଶାନ୍ତ କିଶୋରଙ୍କୁ ପଦୋନ୍ନତି ମିଳିଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ଦଳର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ନୀତୀଶ କୁମାରଙ୍କ ପରେ ପ୍ରଶାନ୍ତ ଦଳର ଦ୍ବିତୀୟ କ୍ଷମତାଶାଳୀ ନେତା ବିବେଚିତ ହୋଇଛନ୍ତି। ପୂର୍ବରୁ ଏହି ପଦବିରେ କାହାକୁ ନିଯୁକ୍ତି ମିଳିନଥିଲା।ଜଣେ ନିର୍ବାଚନ ରଣନୀତିକାର ଭାବେ ଜଣାଶୁଣା ପ୍ରଶାନ୍ତ କିଶୋର ୨୦୧୪ ନିର୍ବା‌ଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ରଣନୀତି ପ୍ରସ୍ତୁତିରେ ସହାୟକ ହୋଇଥିଲେ। ସେପ୍ଟେମ୍ବର ୧୬ରେ ପାଟନାରେ ଅନୁଷ୍ଠିତ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଶାନ୍ତ ଯୋଗଦେଇଥିଲେ। ଏହାପରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା। ଏହିଦିନ ସେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ କୌଣସି ଦଳରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇନଥିଲେ। ତେବେ ଜେଡିୟୁରେ ସାମିଲ ହେବା ପରେ ତାଙ୍କୁ ଏକ ବଡ଼ ପଦରେ ନିଯୁକ୍ତ କରାଯାଇପାରେ ବୋଲି ଆଲୋଚନା ହୋଇଥିଲା। ଜେଡିୟୁରେ ଯୋଗଦେବାର ମାସକ ପରେ ତାଙ୍କୁ ଆଜି ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
ଦଳର ମୁଖପାତ୍ର କେ ସି ତ୍ୟାଗୀ କହିଛନ୍ତି, ପ୍ରଶାନ୍ତଙ୍କୁ ଉପାଧ୍ୟକ୍ଷ ଭ‌ାବେ ନିଯୁକ୍ତି ଦିଆଯିବା ଦଳ ପାଇଁ ଭଲ ଖବର। ପୂର୍ବରୁ ଦଳ ଏହାର ପାରମ୍ପରିକ ରୀତିରେ ସମର୍ଥନ ସାଉଁଟୁଥିଲା। ବର୍ତ୍ତମାନ ପ୍ରଶାନ୍ତଙ୍କ ଜରିଆରେ ସାମାଜିକ ସ୍ତର‌େର ଦଳକୁ ନୂଆ ଶକ୍ତି ମିଳିବ। ୨୦୧୯ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ପ୍ରଶାନ୍ତଙ୍କ ଅଭିଜ୍ଞତ‌ା ଉପରେ ଅନେକ କିଛି ନିର୍ଭର କରୁଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe