ପ୍ରିୟଙ୍କା, ରାହୁଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର; ରାଜନୈତିକ ମହଲରେ ଚର୍ଚ୍ଚା

Advertisment
ପ୍ରିୟଙ୍କା, ରାହୁଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର; ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରୁବାର କିଶୋର ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ରାହୁଲ ଗାନ୍ଧିଙ୍କୁ ଅଲଗା ଅଲଗା ଭେଟିବା ପରେ କଂଗ୍ରେସର ରଣନୀତି ବଦଳୁଥିବା କୁହାଯାଉଛି। କିଶୋର ପୁଣି କଂଗ୍ରେସକୁ ଫେରି ଆଗାମୀ ଗୁଜରାଟ ନିର୍ବାଚନ ପାଇଁ ପ୍ରଚାରରେ ସାମିଲ ହେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋର ପ୍ରିୟଙ୍କା ଓ ରାହୁଲଙ୍କୁ ଭେଟିଥିବା ନେଇ ଦଳ ପକ୍ଷରୁ କୌଣସି ବିବୃତି ନ ଥିବା ବେଳେ ଖବର ସତ ବୋଲି କଂଗ୍ରେସ ମହଲରୁ ଜଣାପଡ଼ିଛି। ରାହୁଲ ଓ ପ୍ରିୟଙ୍କା ଅନ୍ୟତମ ନିର୍ବାଚନୀ ରଣନୀତିକାର ସୁନୀଲ କାନୁଗୋଲୁଙ୍କୁ ଭେଟି କଥା ହେବା ପରେ କିଶୋର ସେମାନଙ୍କୁ ଭେଟିଛନ୍ତି। କାନୁଗୋଲୁ ବର୍ତ୍ତମାନ କଂଗ୍ରେସ ପାଇଁ କାମ କରିବା ଆରମ୍ଭ କରିଛନ୍ତି। ଆସନ୍ତା ଡିସେମ୍ବରରେ ଗୁଜରାଟ ନିର୍ବାଚନ ଥିବାବେଳେ କିଶୋର ଉକ୍ତ ନିର୍ବାଚନ ପ୍ରଚାରରେ କଂଗ୍ରେସ ପାଇଁ କାମ କରିବା ନେଇ ପ୍ରସ୍ତାବ ଦେଇଥିଲେ। ତେବେ ଦୁଇ ନିର୍ବାଚନୀ ରଣନୀତିକାର ଏକାଠି କାମ କରିପାରିବେ କି, ନା ବହୁଲୋକରେ ମୂଷା ନ ମରିବା ପରି ଅବସ୍ଥା ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe