ସୁପ୍ରିମକୋର୍ଟରେ ଭୁଲ ସ୍ୱୀକାର କଲେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଉଠାଇ ନିଆଯିବ ମାନହାନି ମାମଲା

Advertisment
ସୁପ୍ରିମକୋର୍ଟରେ ଭୁଲ ସ୍ୱୀକାର କଲେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଉଠାଇ ନିଆଯିବ ମାନହାନି ମାମଲା

The Indian Express

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଭ୍ରମାତ୍ମକ ମନ୍ତବ୍ୟ ଦେଇ ମାନହାନି ମାମଲାରେ ଫସି ଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଗୁରୁବାର ନିଜ  ଭୁଲ ସ୍ୱୀକାର କରିଛନ୍ତି। ଆଜି ସେ ସୁପ୍ରିମକୋର୍ଟରେ ଭୁଲ ସ୍ୱୀକାର କରିବା ପରେ ତାଙ୍କ ବିରୋଧରେ ହୋଇଥିବା ମାମଲା ଉଠାଇ ନିଆଯିବ ବୋଲି ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ ପ୍ରକାଶ କରିଛନ୍ତି।

ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ଏମ୍‌ ନାଗେଶ୍ୱର ରାଓଙ୍କ ନିଯୁକ୍ତି ପରେ ପ୍ରଶାନ୍ତ ଭୂଷଣ ଉଚ୍ଚସ୍ତରୀୟ ଚୟନ କମିଟିର ନିଯୁକ୍ତି ସଂକ୍ରାନ୍ତ ନିଷ୍ପତ୍ତିକୁ  ସରକାର ଜାଲିଆତି କରିଛନ୍ତି ବୋଲି  ଟ୍ୱିଟ୍‌ କରିଥିଲେ। ଏହାକୁ ଆଧାର କରି ତାଙ୍କ ବିରୋଧରେ ମାନହାନି ମାମଲା କରାଯାଇ ଥିଲା।

ତେବେ ଆଜି ସୁପ୍ରିମକୋର୍ଟରେ ସେ ଭୁଲବଶତଃ ଏପରି କରିଥିବା ସ୍ୱୀକାର କରିଛନ୍ତି ପ୍ରଶାନ୍ତ ଭୂଷଣ।  ପ୍ରଶାନ୍ତ ଭୂଷଣ ନିଜର ଭୁଲ ସ୍ୱୀକାର କରିଥିବାରୁ ତାଙ୍କ ବିରୋଧରେ ରୁଜୁ ମାମଲାକୁ ପ୍ରତ୍ୟାହାର କରାଯିବ ବୋଲି  ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଜଷ୍ଟିସ୍‌ ନବୀନ ସିହ୍ନାଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଆଟର୍ଣ୍ଣି ଜେନେରାଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe