ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ ମାମଲା: ପ୍ରଶ୍ନ ଉଠାଇଲେ ପୂର୍ବତନ ବିଚାରପତି, ଆଇନଜୀବୀ

Advertisment
କ୍ଷମା ମାଗିବା ଲାଗି ପ୍ରଶାନ୍ତ ଭୂଷଣକୁ ୪ ଦିନ ସୁଯୋଗ, ଅନ୍ୟ ଖଣ୍ଡପୀଠକୁ ମାମଲା ସ୍ଥାନାନ୍ତର ପାଇଁ ମନାକଲେ ସୁପ୍ରିମ କୋର୍ଟ

Kanooniyat

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏକ ଟ୍ବିଟ୍ ମାଧ୍ୟମରେ ଦେଇଥିବା ମନ୍ତବ୍ୟ ମାମଲାରେ ସୁପ୍ରିମ କୋର୍ଟ ତାଙ୍କୁ ଗତ ୧୪ ତାରିଖରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ବିରୋଧରେ ସୁପ୍ରିମ କୋର୍ଟ ଆସନ୍ତା ୨୦ ତାରିଖରେ ଦଣ୍ଡାଦେଶ ଘୋଷଣା କରିବେ ବୋଲି ଦିନ ଧାର୍ଯ୍ୟ ହୋଇଛି। ତେବେ ଏହି ଦଣ୍ଡାଦେଶ ଆସିବା ପୂର୍ବରୁ ସୁପ୍ରିମ କୋର୍ଟର କେତେଜଣ ଅବସରପ୍ରାପ୍ତ ବିଚାରପତି, ‌ଦେଶର ବରିଷ୍ଠ ଆଇନଜୀବୀ ଓ ଖ୍ୟାତନାମା ବ୍ୟକ୍ତିବିଶେଷ ଏହାକୁ ନେଇ କ୍ଷୋଭ ଓ ଅ‌‌ସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଚାର ବିଭାଗ ସମ୍ପର୍କରେ ଟିପ୍ପଣୀ ଦେଉଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସେମାନେ କହିଛନ୍ତି।

ଅସନ୍ତୋଷ ବ୍ୟକ୍ତ କରିଥିବା ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ମଧ୍ୟରେ ଅଛନ୍ତି ବିଚାରପତି ରୁମା ପାଲ, ବି ସୁଦର୍ଶନ ରେଡ୍ଡୀ, ଜି ଏସ ସିଂଘଭି, ଅଫତାବ ଆଲମ, ମଦନ ବି ଲୋକୁର, ଭି ଗୋପାଳ ଗୌଡ଼ା ପ୍ରମୁଖ। ଏହି ରାୟ ଯଥାର୍ଥ ନୁହେଁ ବୋଲି ସେମାନେ କହିଛନ୍ତି। ଏହାଛଡ଼ା ସୁପ୍ରିମ କୋର୍ଟର ୪୧ ଜଣ ଆଇନଜୀବୀ ଏକ ଖୋଲା ଚିଠି ଲେଖିଛନ୍ତି। ସେ‌ମାନେ ସେଥିରେ ଦର୍ଶାଇଛନ୍ତି ଯେ, ସାଧାରଣ ଲୋକଙ୍କ ଦୃଷ୍ଟିରେ ଉକ୍ତ ରାୟ ଅଦାଲତଙ୍କ କର୍ତ୍ତୃତ୍ବକୁ ଜାରି କରିବ ନାହିଁ ବରଂ ଆଇନଜୀବୀମାନଙ୍କୁ ସେମାନଙ୍କ ମତ ପ୍ରକାଶ କରିବାରେ ବାଧା ଦେବ। କରୋନା ମହାମାରୀ ସ୍ବାଭାବିକ ହେବାପରେ ଏକ ବୃହତ୍ତର ଖଣ୍ଡପୀଠରେ ଉକ୍ତ ମାମଲାର ଶୁଣାଣି କରାଯାଉ। ତାହା ପରେ ଦଣ୍ଡାଦେଶ ରାୟକୁ କାର୍ଯ୍ୟକାରୀ କରାଯାଉ ବୋଲି ଆଇନଜୀବୀମାନେ ମତ ଦେଇଛନ୍ତି। ଏକ ସ୍ବାଧୀନ ବିଚାର ବ୍ୟବସ୍ଥା ଅର୍ଥ ନୁହେଁ, ଏହି ବ୍ୟବସ୍ଥାର ଯାଞ୍ଚ କରାଯାଇପାରିବ ନାହିଁ କିମ୍ବା ଏହା ବିରୋଧରେ ମତ ଦିଆଯାଇ ପାରିବ ନାହିଁ। ବିଚାର ବ୍ୟବସ୍ଥାରେ ଥିବା କୌଣସି ପ୍ରକାର ତ୍ରୁଟି ଓ ଅଭାବକୁ ବାର୍‌, ଖଣ୍ଡପୀଠ ଏବଂ ଜନସାଧାରଣଙ୍କ ସାମ୍ନାକୁ ଆଣିବା ଆଇନଜୀବୀମାନଙ୍କ ଦାୟିତ୍ବ ବୋଲି ଆଇନଜୀବୀମାନେ ସେମାନଙ୍କ ଚିଠିରେ କହିଛନ୍ତି। ଉକ୍ତ ଚିଠିରେ ଦସ୍ତଖତ କରିଥିବା ବିଶିଷ୍ଟ ଆଇନଜୀବୀଙ୍କ ମଧ୍ୟରେ ଦୁଷ୍ୟନ୍ତ ଡାଭେ, ହୁଜେଫା ଅହମଦି, ଅରବିନ୍ଦ ଦତ୍ତାର, ଏ ଏସ ଚଣ୍ଡିଓକ, ଶ୍ରୀରାମ ପାଞ୍ଚୁ, ମୀନାକ୍ଷୀ ଆରୋରା, ଶେଖର ନାଫାଡେ, ରାଜୁ ରାମଚନ୍ଦ୍ରନ ପ୍ରମୁଖ ଅଛନ୍ତି। ଏଥିସହିତ ଦେଶର ୪୫୦ ଜଣରୁ ଅଧିକ ଆଇନଜୀବୀ ସୁପ୍ରିମ କୋର୍ଟ ବାର ଆସୋସିଏସନର ସଭାପତି ଦୁଷ୍ୟନ୍ତ ଡାଭେଙ୍କ ନିକଟକୁ ‌ଏକ ଚିଠି ଲେଖିଛନ୍ତି।‌ ସେଥିରେ ସେମାନେ ଦର୍ଶାଇଛନ୍ତି, ପ୍ରଶାନ୍ତ ଭୂଷଣଙ୍କୁ ଆସନ୍ତା ୨୦ ତାରିଖରେ ଦିଆଯିବାକୁ ଥିବା ଦଣ୍ଡାଦେଶର ଲିଙ୍କ୍‌ ସେମାନଙ୍କୁ ଯୋଗାଇ ଦିଆଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe