୧ଟଙ୍କା ଜରିମାନା ଦେବା ପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କଲେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ

Advertisment
୧ଟଙ୍କା ଜରିମାନା ଦେବା ପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କଲେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ

The New York Times

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏକ ରିଭ୍ୟୁ ପିଟିସନ୍‌ ଦାଖଲ କରିଛନ୍ତି। ଅଗଷ୍ଟ ୩୧ରେ ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ନ୍ୟାୟପାଳିକା ବିରୋଧରେ ଟ୍ୱିଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ଭୂଷଣଙ୍କୁ ସେପ୍ଟେମ୍ବର ୧୫ସୁଦ୍ଧା ୧ଟଙ୍କା ଜରିମାନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ପ୍ରଶାନ୍ତ ଭୂଷଣ ସେପ୍ଟେମ୍ବର ୧୫ସୁଦ୍ଧା ୧ଟଙ୍କା ଜରିମାନା ଜମା କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ତିନିମାସ ପାଇଁ ତାଙ୍କୁ ପେସାରୁ ବଞ୍ଚିତ କରାଯିବ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ।

Supreme Court Finds Prashant Bhushan Guilty of Contempt in Tweets Case The Wire

ରାୟ ପରେ ସେପ୍ଟେମ୍ବର ୧୪ରେ ସେ ୧ ଟଙ୍କାର ଜରିମାନା ରାଶିକୁ ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଥିଲେ। ହେଲେ ଜରିମାନା ରାଶି ଭରଣା କରିବା ପରେ ପ୍ରଶାନ୍ତ ଭୂଷଣ କହିଥିଲେ, ‘ଯେହେତୁ ମୁଁ ଜରିମାନା ଦାଖଲ କଲି ଏହାର ଅର୍ଥ ନୁହେଁ ଯେ ମୁଁ ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିଛି। ଆମେ ସୁପ୍ରିମକୋର୍ଟର ରାୟ ବିରୋଧରେ ଏକ ରିଭ୍ୟୁ ପିଟିସନ୍‌ ଦାଖଲ କରିବୁ । ଏହି ମାମଲାରେ ପୂର୍ବରୁ ପ୍ରଶାନ୍ତ ଭୂଷଣ ବିନା ସର୍ତ୍ତରେ କ୍ଷମା ମାଗିବାକୁ ମନା କରି ଦେଇଥିଲେ। କ୍ଷମା ମାଗିବା ତାଙ୍କ ବିବେକ ଏବଂ କୋର୍ଟର ଅବମାନନା ବୋଲି ସେ କହିଥିଲେ। ଏହାପରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ୧ ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଭୂଷଣ କହଥିଲେ ଯେ ସେ ସମ୍ମାନର ସହ ଜରିମାନା ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe