ନିର୍ବାଚନ ରଣନୀତିଜ୍ଞ ଭାବେ ନୁହେଁ ଦଳର ସଦସ୍ୟ ଭାବେ କଂଗ୍ରେସରେ ଯୋଗ ଦେବେ ପ୍ରଶାନ୍ତ କିଶୋର: ରିପୋର୍ଟ

Advertisment
ନିର୍ବାଚନ ରଣନୀତିଜ୍ଞ ଭାବେ ନୁହେଁ ଦଳର ସଦସ୍ୟ ଭାବେ କଂଗ୍ରେସରେ ଯୋଗ ଦେବେ ପ୍ରଶାନ୍ତ କିଶୋର: ରିପୋର୍ଟ

ନୂଆଦିଲ୍ଲୀ: କଂଗ୍ରେସରେ ଯୋଗ ଦେବେ କି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଘରେ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ପ୍ରଶାନ୍ତ କିଶୋର ବୈଠକ କରିବା ପରେ ପୁଣି ଥରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ନିର୍ବାଚନ ରଣନୀତିଜ୍ଞ ଭାବେ ନୁହେଁ ଦଳର ସଦସ୍ୟ ଭାବେ କଂଗ୍ରେସରେ ଯୋଗ ଦେବାକୁ ପ୍ରଶାନ୍ତ କିଶୋରଙ୍କୁ ପ୍ରସ୍ତାବ ଦିଆଯାଇଛି।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି। ତାଙ୍କୁ ନିର୍ବାଚନ ରଣନୀତିଜ୍ଞ ଭାବରେ ଅଣାଯିବ ନାହିଁ ବରଂ ତାଙ୍କୁ ଦଳର ଜଣେ ସଦସ୍ୟ ଭାବେ ଯୋଗଦେବାକୁ କୁହାଯାଇଛି। ତାଙ୍କୁ ଜଣେ ବରିଷ୍ଠ ନେତା ଭାବରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଛି।

ତେବେ ବୈଠକରେ ପ୍ରଶାନ୍ତ କିଶୋର ଏକ ଉପସ୍ଥାପନା କରିଥିଲେ ବୋଲି କୁହାଯାଉଛି, ଯେଉଁଥିରେ ସେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ୩୭୦ରୁ ୪୦୦ଟି ଆସନକୁ ଟାର୍ଗେଟ କରିବା ଉଚିତ୍ ବୋଲି କହିଥିଲେ। ତେବେ ଆଗକୁ ପ୍ରଶାନ୍ତ ଦଳରେ ଯୋଗ ଦେବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା।

କିନ୍ତୁ, କଂଗ୍ରେସ କହିବା ଅନୁସାରେ, ଆଗାମୀ ଗୁଜରାଟ ନିର୍ବାଚନ ପାଇଁ ଆଲୋଚନା ଚାଲିଛି। ଏହାଛଡ଼ା, ସେମାନେ ୨୦୨୪ ଜାତୀୟ ନିର୍ବାଚନ ପାଇଁ ନକ୍ସା ପ୍ରସ୍ତୁତି କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ ମାସରେ ପ୍ରଶାନ୍ତ କିଶୋର ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଥିଲେ। କିନ୍ତୁ, ଏ ସଂକ୍ରାନ୍ତରେ କୌଣସି ଔପଚାରିକ ଘୋଷଣା କରାଯାଇ ନ ଥିଲା। ୨୦୨୦ରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା କଥା, କିନ୍ତୁ କେତେକ ପ୍ରସଙ୍ଗରେ ମତାନ୍ତର ହେବାରୁ ଯୋଜନା ଚରିତାର୍ଥ ହୋଇ ପାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe