Telugu360.com
ହାଇଦ୍ରାବାଦ : ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍)ଙ୍କୁ ଆଜି ଭେଟିଛନ୍ତି। ସିଦ୍ଦିପେଟ ଜିଲ୍ଲାର ଇରାଭେଲ୍ଲି ଜିଲ୍ଲାରେ କେସିଆର୍ଙ୍କ ଫାର୍ମ ହାଉସରେ ଉଭୟଙ୍କ ମଧ୍ୟରେ ଭେଟ ହୋଇଛି। ଆସନ୍ତାବର୍ଷ ଦ୍ବିତୀୟାର୍ଦ୍ଧରେ ତେଲେଙ୍ଗାନା ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଟିଆରଏସ୍ ପକ୍ଷରୁ ପ୍ରଶାନ୍ତ କିଶୋରଙ୍କୁ ନିଯୁକ୍ତ କରାଯାଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ପ୍ରଶାନ୍ତ କିଶୋରଙ୍କ ସମେତ ତାଙ୍କର କେତେଜଣ ସହଯୋଗୀ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଜୱେଲ ଗସ୍ତ କରି ସେଠାରୁ ସରକାରଙ୍କ ସଂପର୍କରେ ଲୋକଙ୍କ ମତାମତ ସଂଗ୍ରହ କରିଛନ୍ତି। ଲୋକଙ୍କ ଠାରୁ ସଂଗ୍ରହ କରିଥିବା ମତାମତ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।
Follow Us