ମମତାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ସାକ୍ଷାତକୁ ଗୁରୁତ୍ବ ଦେଲେନି ନୀତୀଶ

ମମତାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ସାକ୍ଷାତକୁ ଗୁରୁତ୍ବ ଦେଲେନି ନୀତୀଶ

Business Today

ପାଟନା: ୨୦୨୧ରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିବା ପ୍ରସଙ୍ଗରେ ଜେଡି(ୟୁ) ଉପସଭାପତି ତଥା ସଫଳ ନିର୍ବାଚନ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋର ଗତ ଗୁରୁବାର ଭେଟିଥିଲେ। ବିହାରରେ ଜେଡି(ୟୁ) ବିଜେପି ସହ ମିଶି ସରକାର ଗଠନ କରିଥିବାବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ମୁଖ୍ୟ ବିରୋଧୀ ବିଜେପି ରହିଛି। ପ୍ରଶାନ୍ତ କିଶୋରଙ୍କ ଏଭଳି ପଦକ୍ଷେପ ନୀତୀଶଙ୍କୁ ଅଡ଼ୂଆ ପରିସ୍ଥିତିରେ ପକାଇବ ବୋଲି ଆଶଙ୍କା କରାଯାଉଥିଲା। ଗତକାଲି ନୀତୀଶଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ଏ ନେଇ ଜେଡି(ୟୁ)ର କିଛି କହିବାର ନାହିଁ ବୋଲି କହିଥିଲେ। ତେବେ ପ୍ରଶାନ୍ତ କିଶୋର ଏ ନେଇ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ମନ୍ତବ୍ୟ ରଖିବେ ବୋଲି ନୀତୀଶ ସୂଚନା ଦେଇଥିଲେ। କିନ୍ତୁ ଆଜି ଅନୁଷ୍ଠିତ କାର୍ଯ୍ୟକାରିଣୀରେ ନୀତୀଶଙ୍କ ନିକଟରେ ପ୍ରଶାନ୍ତ କିଶୋର ବସିଥିଲେ। ବୈଠକ ପୂର୍ବରୁ ଉଭୟଙ୍କ ମଧ୍ୟରେ ଦୀର୍ଘ ୧ ଘଣ୍ଟା ବୈଠକ ହୋଇଥିଲେ ମଧ୍ୟ ଏଥିରେ କ’ଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe