ପ୍ରଶାନ୍ତ କିଶୋରଙ୍କ ଅଡ଼ିଓ ଚାଟ୍‌ ଲିକ୍:‌ ପଶ୍ଚମବଙ୍ଗରେ ବିଜେପି ଲହର! ପୂରା ଟେପ୍‌ ପ୍ରକାଶ କରିବାକୁ ପ୍ରଶାନ୍ତଙ୍କ ଚ୍ୟାଲେଂଜ

Advertisment
ପ୍ରଶାନ୍ତ କିଶୋରଙ୍କ ଅଡ଼ିଓ ଚାଟ୍‌ ଲିକ୍:‌ ପଶ୍ଚମବଙ୍ଗରେ ବିଜେପି ଲହର! ପୂରା ଟେପ୍‌ ପ୍ରକାଶ କରିବାକୁ ପ୍ରଶାନ୍ତଙ୍କ ଚ୍ୟାଲେଂଜ

New Indian Express

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ଦଳର ଆଭ୍ୟନ୍ତରୀଣ ସର୍ବେକ୍ଷଣରୁ ସ୍ବୀକାର କରିଛନ୍ତି ଯେ ଏହି ଲଢ଼େଇରେ ବିଜେପି ବାଜିମାତ୍‌ କରିବ। ପଶ୍ଚିମବଂଗର ଭୋଟର୍‌ ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ କରୁଛନ୍ତି ଏବଂ ଭୋଟ୍‌ ଧ୍ରୁବୀକରଣରୁ ବିଜେପି ଫାଇଦା ନେବ ବୋଲି ପ୍ରଶାନ୍ତଙ୍କ ଏକ ଅଡିଓ ଟେପ୍‌ ଆଜି ଲୋକଲୋଚନକୁ ଆସିଛି। କ୍ଳବ୍‌ହାଉସ୍‌ ଆପ୍‌ରେ କିଛି ସାମ୍ବାଦିକଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଆଲୋଚନାର ଚାରିଟି ଅଡ଼ିଓ କ୍ଳିପ୍‌ ଟ୍ବିଟ୍‌ କରି ବିଜେପିର ସୂଚନା ଓ ବୈଷୟିକ ବିଭାଗ ମୁଖ୍ୟ ତଥା ଦଳର ବଙ୍ଗଳା ଦାୟିତ୍ବରେ ଥିବା ଅମିତ୍‌ ମାଲବ୍ୟ ଏପରି ଦାବି କରିଛନ୍ତି।

ସାଧାରଣ ଜନତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନ, ରାଜ୍ୟରେ ଶାସକ ଟିଏମ୍‌ସି ବିପକ୍ଷରେ ସତ୍ତା ବିରୋଧୀ ଲହର, ବର୍ଷ ବର୍ଷ ଧରି ରାଜନୈତିକ ଦଳଗୁଡ଼ିକର ମୁସ୍‌ଲିମ୍‌ ତୁଷ୍ଟୀକରଣ ନୀତି ଏବଂ ଧ୍ରୂବୀକରଣ ଯୋଗୁଁ ଦଳିତଙ୍କ ଭୋଟ ବିଜେପି ସପକ୍ଷରେ ଯିବ ବୋଲି ପ୍ରଶାନ୍ତ କିଶୋର ଏଥିରେ କହୁଥିବା ଶୁଣିବାକୁ ମିଳିଛି। ତେବେ ମାଲବ୍ୟ ଛାଡ଼ିଥିବା ଏଭଳି ଅଡ଼ିଓ କ୍ଲିପି୍‌ର ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ କିଶୋର। ଯଦି ବିଜେପିର ସାହସ ଅଛି ତେବେ ପୂର୍ଣ୍ଣ ଅସମ୍ପାଦିତ ବୟାନ ଲୋକଲୋଚନକୁ ଆଣିବାକୁ ସେ ଟ୍ବିଟରରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe