୨୦୨୪ ନିର୍ବାଚନ ପାଇଁ ଟାସ୍କ ଫୋର୍ସ ଗଠନ କଲା କଂଗ୍ରେସ, ପ୍ରଶାନ୍ତ କିଶୋରଙ୍କ ପୂର୍ବ ସହଯୋଗୀ ସାମିଲ

Advertisment
୨୦୨୪ ନିର୍ବାଚନ ପାଇଁ ଟାସ୍କ ଫୋର୍ସ ଗଠନ କଲା କଂଗ୍ରେସ, ପ୍ରଶାନ୍ତ କିଶୋରଙ୍କ ପୂର୍ବ ସହଯୋଗୀ ସାମିଲ

bhaskar

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏହା ସହିତ ଏକ ୮ ସଦସ୍ୟ ବିଶିଷ୍ଟ ରାଜନୈତିକ ବ୍ୟାପାର କମିଟି (ପିଏସି) ମଧ୍ୟ ଗଠନ କରାଯାଇଛି। ପୁଣି ଥରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିପାରିନଥିଲେ ହେଁ ପ୍ରଶାନ୍ତ କିଶୋରଙ୍କ ପୂର୍ବ ସହଯୋଗୀ ସୁନୀଲ କନୁଗୋଲୁଙ୍କୁ କଂଗ୍ରେସ ଟାସ୍କ ଫୋର୍ସରେ ସାମିଲ କରିଥିବା ଜଣାପଡ଼ିଛି।

ସୁନୀଲ କନୁଗୋଲୁଙ୍କ ସହ କଂଗ୍ରେସ ଟାସ୍କ ଫୋର୍ସରେ ସାମିଲ ହୋଇଛନ୍ତି, ପି ଚିଦାମ୍ବରମ୍, ମୁକୁଲ୍ ୱାସନିକ୍, ଜୟରାମ ରମେଶ, କେସି ଭେଣୁଗୋପାଳ, ଅଜୟ ମାକନ୍, ପ୍ରିୟଙ୍କା ଗାନ୍ଧୀ ଓ ରଣଦୀପ ସୁରଜେୱାଲା। ଏହା ସହ କଂଗ୍ରେସର ପିଏସିରେ ସାଂସଦ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡଗେ, ଗୁଲାମ ନବୀ ଆଜାଦ, ଅମ୍ବିକା ସୋନି, ଦିଗବିଜୟ ସିଂହ, ଆନନ୍ଦ ଶର୍ମା, କେସି ଭେଣୁଗୋପାଳ, ଜିତେନ୍ଦ୍ର ସିଂଙ୍କ ଭଳି ବରିଷ୍ଠ ନେତା ଅଛନ୍ତି।

2024 की तैयारियों के लिए बने कांग्रेस के पैनलों में प्रशांत किशोर का पूर्व सहयोगी, दो असंतुष्ट भी शामिल ndtv

କିଛି ଦିନ ତଳେ କଂଗ୍ରେସ ଉଦୟପୁରରେ ଏକ ଚିନ୍ତବ ଶିବିର ଡକାଇ ଦଳର ସ୍ଥିତି ଏବଂ ଆଗାମୀ ରଣନୀତି ଉପରେ ଆଲୋଚନା କରିଥିଲା। ଏହି ଶିବିରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାଂଗଠନିକ ପରିବର୍ତ୍ତନ ବିଷୟରେ କହିଥିଲେ। ଏହା ସହିତ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ରାଜନୈତିକ ବ୍ୟାପାର କମିଟି ଏବଂ ଟାସ୍କ ଫୋର୍ସ ଗଠନ ପାଇଁ ମଧ୍ୟ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe