ଜାତୀୟ ଗଣମାଧ୍ୟମ ଷ୍ଟେନ୍ସ ହତ୍ୟା ମାମଲା ସହ ପ୍ରତାପଙ୍କୁ ଯୋଡ଼ିଲେ, କେନ୍ଦ୍ରମନ୍ତ୍ରୀ କହିଲେ- କୋର୍ଟରୁ ମିଳିସାରିଛି କ୍ଲିନଚିଟ୍

ଯେଉଁମାନଙ୍କୁ ବନ୍ଦେ ମାତରମ୍ କହିବା ସ୍ୱୀକାର ନୁହେଁ, ସେମାନଙ୍କର ଦେଶରେ ରହିବାର ଅଧିକାର ନାହିଁ : ପ୍ରତାପ ଷଡ଼ଙ୍ଗୀ

Twitter

ନୂଆଦିଲ୍ଲୀ: କେନ୍ଦ୍ର ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ପ୍ରତାପ ଷଡଙ୍ଗୀ । ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ସେପଟେ  ବିଜେପିର ଏହି କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୧୯୯୯ ମସିହାରେ ଘଟିଥିବା ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ଘଟଣା ସହ ପ୍ରତାପଙ୍କୁ ଯୋଡି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ।

ବିବିସି ଓ ନାସନାଲ୍ ହେରାଲ୍ଡ ପକ୍ଷରୁ ଏଭିଳି କିଛି ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଗ୍ରାହମ୍ ଷ୍ଟେନ୍ ହତ୍ୟାକାଣ୍ଡ ସହ ପ୍ରତାପ ଷଡ଼ଙ୍ଗୀଙ୍କ ନାଁକୁ ଯୋଡି ଦିଆଯାଇଛି । ପ୍ରତାପ ଷଡ଼ଙ୍ଗୀ: ସୋସିଆଲ୍ ମିଡିଆରେ ହିରୋ ପାଲଟିଥିବା ମନ୍ତ୍ରୀଙ୍କ ସଂଦେହ ଜନକ ଅତୀତ – ଏପରି ଶିରୋନାମାରେ ରିପୋର୍ଟ ପ୍ରକାଶ କରିଛି ବିବିସି । ସେପଟେ ଆଉ ପାଦେ ଆଗେଇ ଯାଇଛି ନାସନାଲ୍ ହେରାଲ୍ଡ, ଏହାର ଶିରୋନାମାରେ ଲେଖାଯାଇଛି-ପ୍ରତାପ ଷଡ଼ଙ୍ଗୀଙ୍କ ହାତରେ ରକ୍ତର ଦାଗ ଲାଗିଛି ।

publive-image

୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାରେ ଘଟିଥିଲା ଅଷ୍ଟ୍ରେଲୀୟ ଖ୍ରୀଷ୍ଟିୟାନ୍ ମିସନାରୀ ଗ୍ରାହାମ୍ ଷ୍ଟେନ୍ ହତ୍ୟାକାଣ୍ଡ । ଗ୍ରାହାମ୍ ଷ୍ଟେନ୍ ଓ ତାଙ୍କର ଦୁଇ ନାବାଳକ ପୁଅକୁ ଗାଡି ଭିତରେ ଜିଅନ୍ତା ଜାଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ  ଦାରା ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ପ୍ରତାପ ଷଡ଼ଙ୍ଗୀଙ୍କୁ ଏଇଥିପାଇଁ କିଛି ଗଣମାଧ୍ୟମ ଯୋଡିଛନ୍ତି, କାରଣ ଏହି ସମୟରେ ସେ ବଜରଙ୍ଗ ଦଳର ଓଡ଼ିଶା ଶାଖାର ସଭାପତି ଥିଲେ । ବଜରଙ୍ଗ ଦଳ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ମିଳିସାରିଛି । ସୁପ୍ରିମକୋର୍ଟ, ହାଇକୋର୍ଟ ଓ ୱାର୍ଦ୍ଧା ତଦନ୍ତ କମିସନ୍ ସମସ୍ତେ ବଜରଙ୍ଗ ଦଳ ଏହି ଘଟଣାରେ ସଂପୃକ୍ତ ନ ଥିବା ଦର୍ଶାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, କୋର୍ଟଙ୍କ କ୍ଲିନ୍ ଚିଟ୍ ପରେ କାହିଁକି କିଛି ଗଣମାଧ୍ୟମ ଏହି ପ୍ରସଙ୍ଗକୁ ଉଠାଉଛନ୍ତି? ପ୍ରତାପ ଷଡ଼ଙ୍ଗୀଙ୍କୁ ଭିନ୍ନ ଭାବରେ ଉପସ୍ଥାପନ କରିବା ପଛରେ କ’ଣ ରହିଛି କାରଣ? ତେବେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏଭଳି ଅପପ୍ରଚାର କରୁଥିବା ଲୋକଙ୍କର କାମ କିଛି ନାହିଁ । ଏ ନେଇ କୋର୍ଟ ସବୁକିଛି ସ୍ପଷ୍ଟ କରିସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe