ମନ୍ତ୍ରୀ ହେବା ଆଗରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଫୋନ୍ ଉଠାଇ ନ ଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ!

Advertisment
ମନ୍ତ୍ରୀ ହେବା ଆଗରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଫୋନ୍ ଉଠାଇ ନ ଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ!

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ଶପଥ ଗ୍ରହଣ ସମାରୋହ ଦିନରୁ ହିଁ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି ୬୪ ବର୍ଷୀୟ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ।  କିଏ ତାଙ୍କୁ ଓଡ଼ିଶାର ମୋଦି କହୁଛନ୍ତି, ତ ଆଉ କିଏ ରାଜନୀତିର ସନ୍ଥ । ଆଂଚଳିକ ଗଣମାଧ୍ୟମରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ, ଏମିତି କି ସୋସିଆଲ ମିଡ଼ିଆରେ ବି ଛାଇ ରହିଛନ୍ତି ପ୍ରତାପ । ସେହିଭଳି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟିମରେ ସ୍ଥାନ ପାଇଥିବା ପ୍ରତାପଙ୍କର ମନ୍ତ୍ରୀ ହେବାର କାହଣୀ ମଧ୍ୟ ଥିଲା ବେଶ୍ ରୋଚକ । ପ୍ରତାପଙ୍କୁ ମନ୍ତ୍ରୀ କରିବା ପାଇଁ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରୁ ଘନ ଘନ ଫୋନ କଲ ଆସୁଥିଲା କିନ୍ତୁ ସେ ଫୋନକୁ ସାଇଲେଂଟ କରି ଦଳୀୟ କର୍ମକର୍ତ୍ତାଙ୍କ ସହ ବ୍ୟସ୍ତ ଥିବାରୁ ଉଠାଇ ନ ଥିଲେ।

ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏ କଥା କହିଛନ୍ତି ପ୍ରତାପ ଷଡଙ୍ଗୀ । ସେ କହିଛନ୍ତି କି, ‘ଅପରାହ୍ନ ୩ଟା ବେଳେ ମୋ ପାଖକୁ ଫୋନ ଆସିଲା କି ମୋ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷଜୀ କଥା ହେବାକୁ ଚାହୁଁଛନ୍ତି, ଆପଣ ଫୋନ କାହିଁକି ଉଠାଉ ନାହାଁନ୍ତି ? ସେହି ସମୟରେ ମୁଁ ବିଜେପି କାର୍ଯ୍ୟାଳୟରେ ଥାଏ ଆଉ ମୁଁ ଫୋନଟିକୁ ସାଇଲେଂଟ ମୋଡରେ ରଖି ଦେଇ କର୍ମକର୍ତ୍ତାଙ୍କ ସହ ବ୍ୟସ୍ତ ଥାଏ । ତେବେ ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଜୀ ମୋ ସହ କଥା ହୋଇ କହିଥିଲେ କି ସଂଧ୍ୟା ୭ଟା ବେଳେ ମୋତେ  ରାଷ୍ଟ୍ରପତି ଭବନରେ  ଶପଥ ନେବାକୁ ପଡିବ । କିନ୍ତୁ ଏହା ପୂର୍ବରୁ ସଂଧ୍ୟା ୫ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକରେ ମଧ୍ୟ ମୋତେ ସାମିଲ ହେବାକୁ ପଡିବ ।’ ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କଠାରୁ ଏଭଳି କଥା ଶୁଣି ହଠାତ୍ ଚକିତ ହୋଇଯାଇଥିଲେ ପ୍ରତାପ ।

publive-image

ଅମିତ ଶାହାଙ୍କ କଥାକୁ ବୁଝି ପାରିନଥିଲେ ବାଲେଶ୍ୱର ସାଂସଦ । ଏହାପରେ ସେ ଶାହାଙ୍କୁ ପ୍ରଶ୍ନ କରିଥିଲେ କି, ମୁଁ କାହିଁକି ଶପଥ ନେବି । ଏହାପରେ ଶାହା ହସି ହସି କହିଥିଲେ କି, ହଁ ତୁମକୁ ହିଁ ଶପଥ ନେବାକୁ ପଡିବ ଏବଂ ମୋତେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆସିବାକୁ ହେବ । ଏହା ପରେ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନକୁ ଯାଇଥିଲେ ଆଉ ଧର୍ମେନ୍ଦ୍ର କହିଥିଲେ କି ତାଙ୍କ ନିକଟକୁ ବି ଫୋନ ଆସିଥିଲା ଆଉ କୁହାଯାଇଥିଲା କି ତାଙ୍କ ସହ ପ୍ରତାପଙ୍କୁ ମଧ୍ୟ  ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ସାଙ୍ଗରେ ନେଇ ଯିବାକୂ ହେବ।

ଏଠାରେ ଆମେ କହି ରଖୁଛୁ କି, ପ୍ରତାପ ଷଡଙ୍ଗୀଙ୍କ ସରଳ ଜୀବନଯାପନ ଏବଂ ତୃଣମୂଳସ୍ତରରେ ଜଡ଼ିତ ନେତା ଭାବରେ ଓଡ଼ିଶାରେ ବେଶ ପରିଚିତ । ପୂର୍ବରୁ ବିଧାନସଭାକୁ ୨ ଥର ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ, ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଏବେ ଜାତୀୟ ଗଣମାଧ୍ୟମରେ ପ୍ରତାପ ଷଡଙ୍ଗୀଙ୍କ କାହାଣୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ପ୍ରତିପକ୍ଷ କୋଟିପତି ପ୍ରାର୍ଥୀମାନଙ୍କୁ ହରାଇଥିବା ଏହି ନେତାଙ୍କୁ ଜାତୀୟ ଗଣମାଧ୍ୟମରେ ଖୁବ୍ ପ୍ରଶଂସା କରିଛନ୍ତି । ମାଟି ଘରେ ରହୁଥିବା, ସାଇକେଲ ଚଢୁଥିବା ଏବଂ ଗାମୁଛା ପିନ୍ଧି ନଳକୂପରେ ଗାଧୋଉଥିବା ଏହି ନେତା କମ୍ ଖର୍ଚ୍ଚରେ ନିର୍ବାଚନ ଜିତିବା କାରଣରୁ ବିଭିନ୍ନ ମହଲରୁ ବେଶ ପ୍ରଶଂସା ସାଉଁଟିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe