ମୋଦୀଙ୍କ ମନ ମୋହିଲେ ପ୍ରତାପ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହେଲେ

Advertisment
ଜାତୀୟ ଗଣମାଧ୍ୟମ ଷ୍ଟେନ୍ସ ହତ୍ୟା ମାମଲା ସହ ପ୍ରତାପଙ୍କୁ ଯୋଡ଼ିଲେ, କେନ୍ଦ୍ରମନ୍ତ୍ରୀ କହିଲେ- କୋର୍ଟରୁ ମିଳିସାରିଛି କ୍ଲିନଚିଟ୍

ଭୁବନେଶ୍ୱର (ସୁବ୍ରତ ଦାସ)  : ସରଳ ଜୀବନ ଯାପନ ପାଇଁ ଜଣାଶୁଣା ବାଲେଶ୍ୱରର ନବ ନିର୍ବାଚିତ ସାଂସଦ ତଥା ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ଶ୍ରୀ ଷଡ଼ଙ୍ଗୀ କ୍ଷମତାର ସ୍ୱାଦ ଚାଖି ପାରି ନଥିଲେ। କିନ୍ତୁ ଏଥର ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ୬୪ ବର୍ଷ ବୟସ୍କ ଶ୍ରୀ ଷଡ଼ଙ୍ଗୀ ମୋଦି ସରକାରରେ ସ୍ଥାନ ପାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

ଶ୍ମଶ୍ରୁଧାରୀ ଏବଂ ଧଳା କୁର୍ତ୍ତା ପାଇଜାମା ପରିହିତ ପ୍ରତାପଙ୍କ ଶୈଶବ ଅତ୍ୟନ୍ତ ଦୁଃଖ କଷ୍ଟରେ କଟିଥିଲା। ୧୯୫୫ ମସିହାରେ ବାଲେଶ୍ୱରର ଗୋପୀନାଥପୁର ଗ୍ରାମରେ ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ପ୍ରତାପଙ୍କୁ ଅତ୍ୟନ୍ତ କଷ୍ଟରେ ତାଙ୍କର ବିଧବା ମା’ ପ୍ରତିପୋଷଣ କରିଥିଲେ। ବାଲେଶ୍ୱରର ଫକୀର ମୋହନ କଲେଜରୁ ୧୯୭୫ ମସିହାରେ ବି.ଏ ପାଶ୍‌ କରିବା ପରେ ଏହି କ୍ଷୀଣ କାୟ ଯୁବକ ସମାଜସେବାରେ ବ୍ରତୀ ହୋଇଥିଲେ। ଓଡ଼ିଆ ଓ ସଂସ୍କୃତରେ ତାଙ୍କର ବାଗ୍ମିତା ରହିଛି।

publive-image MSN.com

ସଂଘ ପରିବାର ସହ ସଂପୃକ୍ତ ପ୍ରତାପ ପରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ଭାରତୀୟ ଜନତା ପାର୍ଟି ଟିକଟରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଆସନରୁ ସେ ଦୁଇଥର (୨୦୦୪ ଏବଂ ୨୦୦୯ ମସିହାରେ) ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଗତ ୨୦୧୪ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ହାରି ଯାଇଥିଲେ। କିନ୍ତୁ ଏଥର ସେ ଦୁଇ ଜଣ କୋଟିପତି ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ସରଳ ଜୀବନ ଶୈଳୀ ଏବଂ ସରଳ ବେଶଭୂଷା ପାଇଁ ଭାରତୀୟ ଜନତା ପାର୍ଟି ମହଲରେ ‘ଓଡ଼ିଶାର ମୋଦୀ’ରୂପେ ଜଣାଶୁଣା। ଏଥର ଲୋକସଭାକୁ ନିର୍ବାଚିତ ହେବାପରେ ସେ ଶିକ୍ଷା ଓ କୃଷି ବିଭାଗ ଏବଂ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବେ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe