ପ୍ରୟାଗରାଜ ବୁଲଡୋଜର କାର୍ଯ୍ୟାନୁଷ୍ଠାନ: ‘ସରକାରଙ୍କ ପଦକ୍ଷେପ ଅମାନବୀୟ’

Advertisment

ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ଆଜି  ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ସରକାରକୁ  ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ...

ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ଆଜି  ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ସରକାରକୁ  ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ...

Supreme Court slams Assam government for not deporting foreign nationals

Supreme Court slams Assam government for not deporting foreign nationals

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ଆଜି  ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ସରକାରକୁ  ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଉଚ୍ଛେଦ ଅଭିଯାନ ଅସାମ୍ବିଧାନିକ ଏବଂ ଅମାନବୀୟ। ଏହା ଆମ ବିବେକକୁ  ଝଟ୍‌କା ଦେଇଛି  ବୋଲି ବିଚାରପତି ଏଏସ୍ ଓକା ଓ ଜଷ୍ଟିସ୍ ଉଜ୍ଜଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି । ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପ୍ରତ୍ୟେକ ଘର ମାଲିକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଜଣେ ଆଇନଜୀବୀ, ଜଣେ ପ୍ରଫେସର ଏବଂ ଅନ୍ୟ କେତେକଙ୍କ ଘର ଆଇନଗତ ପ୍ରକ୍ରିୟା ଉଲ୍ଲଂଘନ କରି ଭଙ୍ଗାଯାଇଥିବାରୁ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଥିଲେ। ଆଇନଜୀବୀ ଜୁଲଫିକର ହାଇଦର, ପ୍ରଫେସର ଅଲ୍ଲି ଅହମ୍ମଦ ଏବଂ ଅନ୍ୟ ତିନି ଜଣ, ଯେଉଁମାନଙ୍କ ଘର ଭଙ୍ଗାଯାଇଛି, କୋର୍ଟଙ୍କୁ କହିଥିଲେ ଯେ ବୁଲଡୋଜର କାର୍ଯ୍ୟାନୁଷ୍ଠାନର ଠିକ୍ ଗୋଟିଏ ରାତି ପୂର୍ବରୁ ସେମାନଙ୍କୁ ନୋଟିସ୍ ଦିଆଯାଇଥିଲା।

‘ଆମ ବିବେକକୁ ଝଟ୍‌କା ଦେଇଛି’
ଘର ଭଙ୍ଗାଯାଇଥିବା ଲୋକଙ୍କୁ ୧୦ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

ଆବେଦନକାରୀଙ୍କ ଓକିଲ ଅଦାଲତଙ୍କୁ କହିଥିଲେ ଯେ କର୍ତ୍ତୃପକ୍ଷ ଭୁଲବଶତଃ ଯେଉଁ ଜମିରେ ସେମାନଙ୍କ ଘର ନିର୍ମାଣ କରାଯାଇଥିଲା ତାହାକୁ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ଜମି ବୋଲି ଚିହ୍ନଟ କରିଛନ୍ତି, ଯାହାକୁ ୨୦୨୩ରେ ହତ୍ୟା କରାଯାଇଥିଲା। ସେହିପରି ଉଚ୍ଛେଦ ନୋଟିସ୍ ଯେପରି ଦିଆଯାଇଥିଲା ସେଥିପାଇଁ କୋର୍ଟ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ଓକିଲ ସମ୍ପତ୍ତି ଉପରେ ନୋଟିସ୍ କରାଯାଇଛି ବୋଲି କହିଥିବା ବେଳେ ପଞ୍ଜୀକୃତ ଡାକ ଜରିଆରେ କାହିଁକି ନୋଟିସ୍ ପଠାଗଲା ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହି କାରବାର ବନ୍ଦ ହେବା ଦରକାର। ଏହି କାରଣରୁ ସେମାନେ ଘର ହରାଇଛନ୍ତି ଏବଂ ପ୍ରତ୍ୟେକ ମାମଲାରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଧାର୍ଯ୍ୟ କରାଗଲା ବୋଲି କୋର୍ଟ କହିଛନ୍ତି।  ଯେଉଁମାନଙ୍କ ଘର ଭଙ୍ଗାଯାଇଛି ସେମାନଙ୍କୁ ନୋଟିସର ଜବାବ ଦେବା ପାଇଁ ଯୁକ୍ତିଯୁକ୍ତ ସୁଯୋଗ ଦିଆଯାଇ ନାହିଁ ବୋଲି କୋର୍ଟ କହିଛନ୍ତି।  ଆଶ୍ରୟ ଅଧିକାର ମଧ୍ୟ ସମ୍ବିଧାନର ଧାରା ୨୧ର ଏକ ଅବିଚ୍ଛେଦ୍ୟ ଅଙ୍ଗ।  ଏଭଳି ଆକ୍ରୋଶମୂଳକ ଉଚ୍ଛେଦ  କର୍ତ୍ତୃପକ୍ଷଙ୍କ  ସମ୍ବେଦନହୀନତାକୁ ଦର୍ଶାଉଛି ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe