ଏସବୁ କାମ ଶେଷ ହୋଇଥିଲେ ଆଜି ‌ଲୋକେ ହଇରାଣ ହୋଇ ନଥାଆନ୍ତେ: କଂଗ୍ରେସ ସାଂସଦ

ପ୍ରୟାଗରାଜ ଓ ତାର ଆଖପାଖ ଜିଲ୍ଲାରେ  ଟ୍ରାଫିକ ଜାମ ପରିସ୍ଥିତିକୁ ନେଇ କଂଗ୍ରେସ ସାଂସଦ ଉଜ୍ଜ୍ବଲ ରମଣ ସିଂହ ଉତ୍ତରପ୍ରଦେଶ ସାରକାରଙ୍କୁ କଟାକ୍ଷ କରି କହିଛନ୍ତି,‘ ପ୍ରତିଶ୍ରୁତି ପୁରା ହୋଇଥିଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାଆନ୍ତା।’

wet

wt Photograph: (wt)

ନୂଆଦିଲ୍ଲୀ: ପ୍ରୟାଗରାଜ ଓ ତାର ଆଖପାଖ ଜିଲ୍ଲାରେ  ଟ୍ରାଫିକ ଜାମ ପରିସ୍ଥିତିକୁ ନେଇ କଂଗ୍ରେସ ସାଂସଦ ଉଜ୍ଜ୍ବଲ ରମଣ ସିଂହ ଉତ୍ତରପ୍ରଦେଶ ସାରକାରଙ୍କୁ କଟାକ୍ଷ କରିଛନ୍ତି।

ଉଜ୍ଜ୍ବଲ ରବଣ ସିଂହ କହିଛନ୍ତି, ‘ରାଜ୍ୟ ସରକାର ଦାବି କରି କହିଥିଲେ କି ମହାକୁମ୍ଭ ପୂର୍ବରୁ ଏକ୍ସପ୍ରେସୱେ ସମ୍ପୂର୍ଣ୍ଣ ଭାବେ ଚାଲୁ ହେବ। ସହରରେ ମେଟ୍ରୋ ବ୍ୟବସ୍ଥା ବି ଆରମ୍ଭ ହେବ। କିନ୍ତୁ ଏ ସବୁ ପ୍ରତିଶ୍ରୁତି କିଛି ବି କାର୍ଯ୍ୟକାରୀ ହୋଇନାହିଁ। ସିକ୍ସଲେନ ବ୍ରିଜ ଏବେ ବି ଆଧା ପଡ଼ିଛି। ଯଦି ଏସବୁ କାମ ଶେଷ ହୋଇଥାଆନ୍ତା ତେବେ ଆଜି ପ୍ରୟାଗରାଜରେ ଯେଉଁ ଭଳି ଟ୍ରାଫିକ ସମସ୍ୟା ଉପୁଜିଛି ତାହା ଉପୁଜି ନଥାଆନ୍ତା।

ଟ୍ରାଫିକ ଜାମ ହେତୁ ବର ବିବାହ ସ୍ଥଳକୁ ପହଞ୍ଚି ପାରୁ ନାହାନ୍ତି। ଯେଉଁ କାରଣରୁ ବିବାହ ପାଇଁ ସ୍ଥିର ହୋଇଥିବା ଶୁଭ ସମୟ ଗଢ଼ି ଯାଉଛି। ଅନେକ ସମୟ ଧରି ବେଦୀ ଉପରେ କନ୍ୟା ବରର ବାଟ ଚାହିଁ ବସି ରହୁଛି।  ଶ୍ରଦ୍ଧାଳୁ ସଙ୍ଗମସ୍ଥଳ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି। ଲୋକେ ସହରରୁ ଗାଁକୁ ଯାଇ ପାରୁ ନାହାନ୍ତି। ଯେଉଁଠାରେ ଅନେକ ଲୋକଙ୍କ ବୁଢ଼ା ବାପା ଓ ମା’ ପରିବାର ଲୋକଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି। 

ମହାକୁମ୍ଭ ବଜେଟରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ସରକାର ତାର ଏକ ହ୍ବାଇଟ ପେପର ସାମ୍ନାକୁ ଆଣିବା ଉଚିତ। ଯଦ୍ବାରା ଜଣାପଡ଼ି ପାରିବ କେତେ ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe