ଛୁଆକୁ ବଞ୍ଚାଇବା ପାଇଁ ବାପା ସାଜିଲେ ବସୁଦେବ! ଦୁଇହାତରେ ନବଜାତକୁ ଟେକି ଧରି ବେକେ ପାଣିରେ ପଶି ମାଡ଼ି ଚାଲିଥିଲେ....

ଯେପରି ବାସୁଦେବ ନିଜର ନବଜାତକୁ(ଶ୍ରୀକୃଷ୍ଣ)ଦୁଇହାତରେ ଟେକି‌ ବେକେବେକେ ପାଣିରେ ପଶି ଗୋପପୁରରେ ନେଇ ଛାଡ଼ି ଆସିଥିଲେ ସେଭଳି ଦୃଶ୍ୟର ଝଲକ ପ୍ରୟାଗରାଜରେ ଦେଖିବାକୁ ମିଳିଛି। ନିଜ ଶିଶୁର ଜୀବନ ରକ୍ଷା ପାଇଁ ଜଣେ ବାପା ସାଜି ଯାଇଛନ୍ତି ବସୁଦେବ !

New Project (15)

ପ୍ରୟାଗରାଜ: ଲଗାଣ ବର୍ଷା ପରେ ଉତ୍ତରପ୍ରଦେଶର ୧୭ଟି ଜିଲ୍ଲା ଏବେ ଜଳବନ୍ଦୀରେ ରହିଛି । ୧୭ଟି ଜିଲ୍ଲାରୁ ୧୬ଟି ଜିଲ୍ଲାରେ ଖାଲି ଗଙ୍ଗା ନୁହେଁ ବରଂ ଯମୁନାର ଜଳ ପ୍ରବେଶ କରି ନାହିଁ ନଥିବା ଅସୁବିଧା ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ନଦୀକୂଳିଆ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଜଣେ ବାପ‌ାଙ୍କ ନିଜ ସନ୍ତାନ ପ୍ରତି ଥିବା ସ୍ନେହ, ଭଲପାଇବା ଓ ତ୍ୟାଗର ଦୃଶ୍ୟ। 

ଏ ଦୃଶ୍ୟ ଦେଖି ଲୋକେ କହୁଛନ୍ତି ଆଗକୁ ଜନ୍ମମାଷ୍ଟମୀ ଆସୁଥିବା ବେଳେ ପ୍ରୟାଗରାଜରେ ଦ୍ବାପର ଯୁଗର ଭ୍ରମ ସୃଷ୍ଟି ହୋଇଛି ! କାରଣ ମହାରାଜା କଂସ ଦାଉରୁ ଦେବକୀଙ୍କ ଅଷ୍ଟମ ଗର୍ଭକୁ ରକ୍ଷା କରିବା୍ ପାଇଁ ବାସୁଦେବ ପ୍ରବଳ ବର୍ଷା ସାଙ୍ଗକୁ ମାରୁଥାଏ ବିଜୁଳି... ପ୍ରଚଣ୍ଡ ଶବ୍ଦ କରୁଥାଏ ଘଡ଼ଘଡ଼ି... ଚାରିଆଡେ ଭରି ଯାଇଥାଏ ପାଣି...  ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ଯେପରି ନିଜର  ନବଜାତକୁ(ଶ୍ରୀକୃଷ୍ଣ)ଦୁଇହାତରେ ଟେକି‌ ବେକେବେକେ ପାଣିରେ ପଶି ଗୋପପୁରରେ ନେଇ ଛାଡ଼ି ଆସିଥିଲେ ସେଭଳି ଦୃଶ୍ୟର ଝଲକ ପ୍ରୟାଗରାଜରେ ଦେଖିବାକୁ ମିଳିଛି। ନିଜ ଶିଶୁର ଜୀବନ ରକ୍ଷା ପାଇଁ ଜଣେ ବାପା ସାଜି ଯାଇଛନ୍ତି ବସୁଦେବ !

ଘଟଣାଟି ହେଉଛି ଏପରି... ପ୍ରବଳ ବର୍ଷା ହେତୁ ଘରଦ୍ବାର, ରାସ୍ତାଘାଟ ଆଦି ଜଳବନ୍ଦୀ ହୋଇଯାଇଥିବା ବେଳେ ଜଣେ ବାପା ଉଦ୍ଧାରକାରୀ ଦଳଙ୍କ ଉଦ୍ଧାରକାର୍ଯ୍ୟକୁ ଅପେକ୍ଷା ନକରି ତାଙ୍କର କୁନିପୁଅ ଓ ସ୍ତ୍ରୀର ଜୀବନ ରକ୍ଷା ପାଇଁ ସୁରକ୍ଷିତ ସ୍ଥାନ ଅଭିମୁ‌ଖେ ବାହାରି ଯାଇଥିଲେ। ଏହି ସମୟରେ ସେ ସାଥୀରେ ଧର୍ମପତ୍ନୀଙ୍କୁ ଧରି ବେକେବେକେ ପାଣିରେ ପଶି ବାସୁଦେବଙ୍କ ପରି ନିଜର ଶିଶୁୁର ସୁରକ୍ଷା ପାଇଁ ଦୁଇହାତରେ ତାକୁ ଉପରକୁ ଟେକି ଯାତ୍ରା ଜାରି ରଖିଥିଲେ।

ଠିକ ଏହି ସମୟରେ ଉକ୍ତ ପରିବାର ନିକଟରେ ଉଦ୍ଧାରକାରୀ ଡଙ୍ଗା ପହଞ୍ଚିଯାଇଥିଲା। ବାପ, ମା’ ପୁଅକୁ ବେକେବେକେ ପାଣିରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ାଯାଇଥିଲା। ଏହାପରେ ସେଠାରେ ସେମାନଙ୍କର ଖାଦ୍ୟ, ପାନୀୟ ରହିବାର ବ୍ୟବସ୍ଥା କରାଯାଇଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe