ଘରେ ଘରେ ପହଞ୍ଚିବ ପ୍ରୟାଗରାଜର ପବିତ୍ର ସଙ୍ଗମ୍ ଜଳ, ଯୋଗୀ ସରକାରଙ୍କ ନିଆରା ପ୍ରୟାସ

SANGAM WATER

Photograph: (SAMBAD.IN)

ପ୍ରୟାଗରାଜ: ଘରେ ଘରେ ପହଞ୍ଚିବ ସଙ୍ଗମ୍ ଜଳ । ପ୍ରୟାଗରାଜର ପବିତ୍ର ସଙ୍ଗମ ଜଳ ସବୁ ଲକୋ ପାଇବେ । ପ୍ରତି ଘରେ ତ୍ରିବେଣୀ ସଙ୍ଗମର ଏବି ଜଳକୁ ପହଞ୍ଚାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ଯେଉଁମାନେ ମହାକୁମ୍ଭରେ ସାମିଲ ହୋଇ ପାରି ନାହାନ୍ତି କିମ୍ବା ସଙ୍ଗମ ଘାଟରେ ବୁଡ ପକାଇ ପାରି ନାହାନ୍ତି ସେମାନଙ୍କ ପାଇଁ ଯୋଗୀ ସରକାର କରିଛନ୍ତି ଘରେ ଘରେ ସଙ୍ଗମ ଜଳ ବ୍ୟବସ୍ଥା । ଆଉ ଯୋଗୀଙ୍କ ଘୋଷଣା ପରେ ଏହି କାମରେ ଲାଗି ପଡିଛି ଅଗ୍ନିଶମ ବିଭାଗ ।

ମହାକୁମ୍ଭ ସରିଥିଲେ ବି ମହାକୁମ୍ଭକୁ ନେଇ କିନ୍ତୁ ସରୁନି ଚର୍ଚ୍ଚା ସବୁଦିନ ନୂଆ ନୂଆ ରୋଚକ ଖବର ଆସୁଥିବା ବେଳେ ଆଜି ଏବେ ସଙ୍ଗମ ଜଳ ଘରେ ଘରେ ଦେବା ନେଇ ଆସିଛି ନୂଆଏକ ଖବର ଯାହା ଆଧ୍ୟାତ୍ମିକ ଲୋକଙ୍କ ପାଇଁ ଏକ ସୁନ୍ଦର ଖବର ପାଲଟିଛି । ତେବେ ପ୍ରୟାଗରାଜର ହରଦୋଇ ଜିଲ୍ଲାରେ ଅଗ୍ନିଶମ ବିଭାଗ ପକ୍ଷରୁ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ପବିତ୍ର ଜଳକୁ ପାନ କରିବାକୁ ଲୋକ ଉତ୍ସୁକତାର ସହ ଗ୍ରହଣ କରୁଥିବା ବେଳେ ଏହା ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe