ମହାକୁମ୍ଭରେ ବିବାହ କଲେ ପ୍ରେମୀଯୁଗଳ; ସନ୍ଥ ଦେଲେ ଆର୍ଶୀବାଦ

Advertisment

ମହାକୁମ୍ଭ ୨୦୨୫ରେ ଭାରତୀୟ ଓ ଗ୍ରୀକର ସ୍ବତନ୍ତ୍ର ସଂଯୋଗ ଦେଖିବାକୁ ମିଳିଛି। ଗ୍ରୀସର ପେନେଲୋପ ଓ ଭାରତର ସିଦ୍ଧାର୍ଥ ପ୍ରୟାଗରାଜରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ।

ମହାକୁମ୍ଭ ୨୦୨୫ରେ ଭାରତୀୟ ଓ ଗ୍ରୀକର ସ୍ବତନ୍ତ୍ର ସଂଯୋଗ ଦେଖିବାକୁ ମିଳିଛି। ଗ୍ରୀସର ପେନେଲୋପ ଓ ଭାରତର ସିଦ୍ଧାର୍ଥ ପ୍ରୟାଗରାଜରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ।

ନସନଦ

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ରେ ଭାରତୀୟ ଓ ଗ୍ରୀକର ସ୍ବତନ୍ତ୍ର ସଂଯୋଗ ଦେଖିବାକୁ ମିଳିଛି। ଗ୍ରୀସର ପେନେଲୋପ ଓ ଭାରତର ସିଦ୍ଧାର୍ଥ ପ୍ରୟାଗରାଜରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ। 
ଏହି ବିବାହରେ ପେନେଲୋପଙ୍କ କନ୍ୟାଦାନ ଜୁନା ଆଖାଡାର ମହାମଣ୍ଡଳେଶ୍ବର ସ୍ବାମୀ ଯଦିନ୍ଦ୍ରାନନ୍ଦ ଗିରି କନ୍ୟାଙ୍କ ମା’ ଓ ଅନ୍ୟ ସମ୍ପର୍କୀୟଙ୍କ ସହିତ କରିଥିଲେ।

ସିଦ୍ଧାର୍ଥ ଏହି ବିବାହକୁ ନେଇ କହିଛନ୍ତି, ‘ପେନେଲୋପ ଓ ମୁଁ ଏହି ବିବାହକୁ ନେଇ ଖୁବ ଖୁସି ଅଛୁ। ଏହା ଆମମାନଙ୍କ ପାଇଁ ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ଆମ ଅନେକ ଦିନରୁ ଆମର ବିବାହକୁ ମନେ ରଖିଲା ଭଲି ଯୋଜନା କରିବାକୁ ଚାହୁଁଥିଲୁ। ସେଥିପାଇଁ ଆମେ ମହାକୁମ୍ଭରେ ଜାନୁଆରି ୨୬ ତାରିଖରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। 

କୁମ୍ଭମେଳା ସନାତନ ଧର୍ମର ସବୁଠାରୁ ବଡ଼ ଓ ସବୁଠାରୁ ପବିତ୍ର ଧାର୍ମିକ ଆୟୋଜନ ମଧ୍ୟରୁ ଗୋଟିଏ। ଯାହା ପ୍ରତି ୧୨ବର୍ଷରେ ଥରେ ଆସିଥାଏ। ପ୍ରୟାଗରାଜରେ ଜାନୁଆରି ୧୩ ତାରିଖରୁ ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ମହାକୁମ୍ଭ  ୧୪୪ବର୍ଷ ପରେ ଆସିଛି । ତେଣୁ ଏଭଳି ସମୟରେ ବିବାହ କରିବା ଆମ ପାଇଁ ସୁବର୍ଣ୍ଣ ସୁଯୋଗ କହିଲେ ଭୁଲ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe