ଚିଡ଼ିଲେଣି ପ୍ରୟାଗରାଜବାସୀ: ଶ୍ରଦ୍ଧାଳୁଙ୍କୁ କଲେ ଅନୁରୋଧ, ବହୁତ ହେଇଗଲା ଆଉ ଆସନି...

Advertisment
plz stop

Photograph: (SAMBAD.IN)

ପ୍ରୟାଗରାଜ: ଆମକୁ ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅ... ଆମକୁ ଟିକେ ଘରୁ ବାହାରିବାକୁ ଦିଅ... ଖାଇବା, ପିଇବା, ପଢିବା, ବୁଲିବା ଏକପ୍ରକାର ଆମର ବନ୍ଦ ହୋଇ ଗଲାଣି... ଜୀବନ ପୂରା ଜାମ୍ ହେଇଗଲାଣି । ଟ୍ରାଫିକ୍ ଜାମ ପରି ଏବେ ଆମ ଜୀବନଶୈଳୀ ପାଲଟିଗଲାଣି । ଭିଡ଼ ପାଇଁ କୁଆଡେ ବାହାରି ହେଉନି କି ବୁଲି ବି ହେଉନି । ଘୋ ଘା, କେଁ କାଁ... ଶବ୍ଦ ପ୍ରଦୂଷଣ, ପରିବେଶ ପ୍ରଦୂଷଣରୁ ଏବେ ତ ମୁକ୍ତି ଦିଅ... ବହୁତ ହେଇଗଲା ଆଉ ନୁହେଁ... ଏବେ ତ ପ୍ରୟାଗରାଜ ଆସିବା ବନ୍ଦ କର... 

ମହାକୁମ୍ଭ ପାଇଁ ଜାନୁୟାରୀ ୧୩ରୁ ଆଜି ଯାଏଁ ଲାଗିଥିବା ଭିଡକୁ ନେଇ ବିରକ୍ତ ପ୍ରକାଶ କରିଛନ୍ତି ଜଣେ ପ୍ରୟାଗରାଜବାସିନ୍ଦା । ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କେବଳ ନିଜ କଥା ଲେଖି ନାହାନ୍ତି ବରଂ ସେଠାକାର ଲୋକେ ଭୋଗୁଥିବା ସମସ୍ୟା କଥା କହିଛନ୍ତି । ବ୍ୟକ୍ତି ଜଣଙ୍କ କହିଛନ୍ତି, ସରକରୀ ହିସାବରେ ମହାକୁମ୍ଭ ରେକର୍ଡ କରିସାରିଲାଣି ଆଉ ଅତ ସ୍ନାନର ସମୟ ବି ସରଗଲାଣି... ତାହାଲେ କଣ ପାଇଁ ଏତେ ଶ୍ରଦ୍ଧାଳୁ ଭିଡ ଲଗାଉଛନ୍ତି । ଆସ୍ଥାର କଥା ଠିକ୍ ଅଛି ତା ବୋଲି ଏତେ ଭିଡ଼, ଜୀବନ ପୂରା ଅଣନିଶ୍ବାସୀ ହୋଇଗଲାଣି ।

କିଛି ଲୋକ ଟ୍ରାଫିକ୍ ଜାମ୍ ପାଇଁ ଆମକୁ ମାନେ ସ୍ଥାନୀୟ ଲୋକଙ୍କୁ ଦାୟୀ କରୁଥିବା ବେଳେ ମୁଁ ଦିନେ ସହର ବୁଲି ବାହାରିଲି ଏବଂ ଜାଣିବାକୁ ଛାହିଁଲି କାହିଁକି ଆମକୁ ଦାୟୀ କରାଯାଉଛି ବୋଲି ମାତ୍ର ଚାରିଆଡେ ଦେଖିଲି ସବୁଠି ଭିଡ, ସବୁଠି କାର, ବସ, ବାଇକ ସେଉଠୁ ମୁଁ ଜାଣିପାରିଲି ଏ ପରିସ୍ଥିତି ପାଇଁ ଟ୍ରାଫିକ୍ ବ୍ୟବସ୍ଥା ହିଁ ସମ୍ପୂର୍ଣ୍ଣ ଦାୟୀ ।

ତେବେ ମହାକୁମ୍ଭରେ ବୁଡ ପକାଇବାକୁ ସାରା ଦେଶରୁ ଲୋକ ପ୍ରୟାଗରାଜ ଆସୁଛନ୍ତି । ଗାଁ ଗାଁରୁ ଲୋକ ଯାଉଛନ୍ତି । ଦେଶର କୋଣ ଅନୁକୋଣରୁ ଲୋକ ଗାଡି କରି ପ୍ରୟାଗରାଜ ଆସୁଛନ୍ତି । କିଏ ବସରେ ଆସୁଛି ତ କିଏ ଟ୍ରେନରେ ତ କିଏ ପୁଣି ନିଜ କାରରେ । ଗୋଟେ ଗୋଟେ ଗାଁର ଲୋକେ ବସ କରି ଆସୁଛନ୍ତି । ସାରା ଦେଶରୁ ଲୋକଙ୍କ ଆଗମନ ଗୋଟିଏ ସହରକୁ ହେଉଥିବାରୁ ଏଠାରେ ଭିଡ ବଢୁଛି । ରାସ୍ତା ସାରା ବ୍ୟାରିକେଡ୍ ଲଗାଇବା ବି ଭିଡର ମାତ୍ରାକୁ ବଢାଉଛି । ଏତେ ଜାମ୍ ଦେଖା ଦେଉଛି ଯେ ୨ କିମି ରାସ୍ତା ଅତିକ୍ରମ କରିବାକୁ ୧୦ ଘଣ୍ଟା ଲାଗି ଯାଉଛି । ଏଥିରୁ ଅନୁମାନ କରନ୍ତୁ ପ୍ରୟାଗରାଜରେ ଭିଡ କେଉଁ ମାତ୍ରାରେ ହେଉଥିବ । ଏହି ଦୃଷ୍ଟିରୁ ସ୍ଥାନୀୟ ଲୋକେ ବିରକ୍ତି ପ୍ରକାଶ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe