ସାମ୍ନାକୁ ଆସିଲା ଉମେଶ ପାଲ ହତ୍ୟା ମାମଲାର ଆଉ ଏକ ଲୋମଟାଙ୍କୁରା ଭିଡିଓ, ଜୀବନ ବିକଳରେ ଦୌଡ଼ୁଥିବା କନଷ୍ଟେବଳଙ୍କ ଉପରକୁ ହୋଇଥିଲା ବୋମାମାଡ଼

Advertisment
ସାମ୍ନାକୁ ଆସିଲା ଉମେଶ ପାଲ ହତ୍ୟା ମାମଲାର ଆଉ ଏକ ଲୋମଟାଙ୍କୁରା ଭିଡିଓ, ଜୀବନ ବିକଳରେ ଦୌଡ଼ୁଥିବା କନଷ୍ଟେବଳଙ୍କ ଉପରକୁ ହୋଇଥିଲା ବୋମାମାଡ଼

ନୂଆଦିଲ୍ଲୀ: ଫେବୃଆରି ୨୪ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ତାଙ୍କ ଘର ସାମ୍ନାରେ ହତ୍ୟା କରାଯାଇଥିଲା। ସେ କୋର୍ଟରୁ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ହତ୍ୟା ଘଟଣାକୁ ନେଇ ଏକ  ଭିଡିଓ ସାମ୍ନାକୁ ଆସିଥିଲା। ଆଜି ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓଟି ଫେବୃଆରି ୨୪ ତାରିଖର ରହିଛି। ଏହି ଦିନ ବୋମାମାଡ଼ କରି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ସିସିଟିଭି ଫୁ‌ଟେଜ ସାମ୍ନାକୁ ଆସିଥିବା ବେଳେ ଆଜି ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ  ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି,‘ ରାଘବେନ୍ଦ୍ର ଜୀବନ ବିକଳରେ ଘରେ ପଶି ଯାଇଥିଲେ, ଏହି ସମୟରେ ତାଙ୍କ ପଛରୁ ଗୁଡ୍ଡୁ ମୁସଲିମ ବୋମା ମାଡ଼ କରିଥିଲା। ବୋମ ଫାଟିବା ମାତ୍ରେ କନଷ୍ଟେବଳ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟଲୋକେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। କିଛିଲୋକ ଦୌଡ଼ି ପଳାଉଥିବା ବେଳେ ଆଉ କେତେଲୋକ ରାଘବେନ୍ଦ୍ରଙ୍କ ନିକଟରେ ଅଟକି ତାଙ୍କୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘରକୁ  ନେଇଥିଲେ। ପରେ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା‌ କରାଇଥିଲେ। ଉଚିତ ସମୟରେ ସ୍ଥାନୀୟଲୋକେ କନଷ୍ଟେବଳଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe