ପାକିସ୍ତାନର ସୀମାନ୍ତ ଗ୍ରାମରେ ଥିବା ମସଜିଦରୁ ଶୁଣିବାକୁ ମିଳୁନାହିଁ ନମାଜ ପାଠ

Advertisment

ଜମ୍ମୁ-କାଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ତାରିଖରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କ ଏବଂ ନୀରବତାର ବାତାବରଣ ଦେଖିବାକୁ ମିଳୁଛି। 

ଜମ୍ମୁ-କାଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ତାରିଖରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କ ଏବଂ ନୀରବତାର ବାତାବରଣ ଦେଖିବାକୁ ମିଳୁଛି। 

srgtrt

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ତାରିଖରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କ ଏବଂ ନୀରବତାର ବାତାବରଣ ଦେଖିବାକୁ ମିଳୁଛି। 

ଏହି ଆକ୍ରମଣ ପରେ ପାକିସ୍ତାନର ସୀମାନ୍ତ ଗ୍ରାମଗୁଡ଼ିକର ବାସିନ୍ଦା ସ୍ତବ୍ଧ ହୋଇଯାଇଥିବା ବେଳେ ମସଜିଦଗୁଡ଼ିକରୁ ଆଉ ନମାଜ ପାଠ ଶୁଣିବାକୁ ମିଳୁନାହିଁ।

ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ସହିତ ସଂଲଗ୍ନ ଜମ୍ମୁର ଆର.ଏସ୍. ପୁରା ସେକ୍ଟରର ଶେଷ ଗାଁ ସୁଚେତଗଡ଼ରେ, ଗୋଟିଏ ପଟେ ଭାରତୀୟ ଚାଷୀମାନେ ସେମାନଙ୍କ ଫସଲ ଅମଳରେ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ଅର୍ଥାତ ପାକିସ୍ତାନ ସୀମା ସମ୍ପୂର୍ଣ୍ଣ ଶାନ୍ତ  ଏବଂ ନିର୍ଜନ ହୋଇଯାଇଥିବା ଦେଖିବାକୁ ମିଳୁଛି। ସେଠାରେ ଲୋକମାନଙ୍କର କୌଣସି ପ୍ରକାର ଗତିବିଧି ଦେଖାଯାଉନାହିଁ ।

ସ୍ଥାନୀୟ ଗ୍ରାମବାସୀଙ୍କ ଅନୁଯାୟୀ, ପହଲଗାମ ଆକ୍ରମଣ ପୂର୍ବରୁ ପାକିସ୍ତାନ ପଟେ ଗତିବିଧି  ଚଳଚଞ୍ଚଳ ଥିଲା। ସେଠାକାର ଚାଷୀମାନେ ନିୟମିତ ଭାବରେ ସେମାନଙ୍କ ଚାଷଜମିକୁ କାମ କରିବାକୁ ଆସୁଥିଲେ । କିନ୍ତୁ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ। ଏମିତି କି ପାକିସ୍ତାନର ମସଜିଦରୁ ଅଜାନର ଶବ୍ଦ ଆସିବା ବନ୍ଦ ହୋଇଯାଇଛି। ପୂର୍ବରୁ ଏହା କେବଳ କାରଗିଲ ଯୁଦ୍ଧ ସମୟରେ ଘଟିଥିଲା।

ପାକିସ୍ତାନ ରେଞ୍ଜର୍ସମାନେ ଏବେ ସେମାନଙ୍କର ୱାଚ୍ ଟାୱାରରୁ ଭାରତର ଅଞ୍ଚଳଗୁଡ଼ିକ ଉପରେ ନିରନ୍ତର ନଜର ରଖୁଛନ୍ତି, କିନ୍ତୁ ସେମାନଙ୍କ ପକ୍ଷରୁ କୌଣସି ସାର୍ବଜନୀନ କାର୍ଯ୍ୟକଳାପ ହେଉନାହିଁ। ସ୍ଥାନୀୟ ଲୋକମାନେ ସତର୍କ ଅଛନ୍ତି । କୌଣସି ଅନୁପ୍ରବେଶ କିମ୍ବା କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଯେପରି ନ ହୁଏ, ତେଣୁ ସୀମାନ୍ତ ଗ୍ରାମଗୁଡ଼ିକରେ ସତର୍କତା ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe