ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରୁଛି: କେଜ୍ରିୱାଲ୍‌ଙ୍କୁ ପ୍ରଥମେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦୀ

Advertisment
ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରୁଛି: କେଜ୍ରିୱାଲ୍‌ଙ୍କୁ ପ୍ରଥମେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦୀ

Image Courtesy of Times Now

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆପ୍‌’ର ଆବାହକ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବ୍ୟକ୍ତି।

ଅଫିସିଆଲ୍‌ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରି ଲେଖିଛନ୍ତି: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଜୀଙ୍କୁ ଜନ୍ମଦିନ ଶୁଭେଚ୍ଛା। ତାଙ୍କ ଦୀର୍ଘ ଓ ନିରାମୟ ଜୀବନ ଲାଗି ପ୍ରାର୍ଥନା କରୁଛି।

ସେହିପରି, ଅ‌ନେକ ‘ଆପ୍‌’ ସମର୍ଥକ ବି ସାମାଜିକ ଗଣମାଧ୍ୟମ ଜରିଆରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, ଅନ୍ତର୍ଦୃଷ୍ଟିସମ୍ପନ୍ନ ନେତା ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ପ୍ରତି ଶୁଭ ଜନ୍ମଦିନ ଶୁଭେଚ୍ଛା କାମନା କରୁଛି। ଗୋଟାଏ ଗାଁରେ ପଞ୍ଜାବର ପ୍ରଥମ ‘ଆଇଟି’ ଓ ‘ଡିଜିଟାଲ୍‌ ମାର୍କେଟିଙ୍ଗ୍‌ କମ୍ପାନି’ ‘ସିମ୍ବାକ୍ବାର୍ଜ’ର ଯାତ୍ରାକୁ ସ୍ବୀକୃତି ଦେଇଥିବାରୁ ଆପଣଙ୍କୁ ପୁଣି ଥରେ କୃତଜ୍ଞତା ଜଣାଉଛି। ଆପଣଙ୍କର ଗୋଟିଏ ଟୁଇଟ୍‌ ଆମ ପାଇଁ ଆଜୀବନ ପ୍ରେରଣା।

publive-image Image Courtesy of HW News

ପଞ୍ଜାବ ବିଧାନସଭାର ଉପବାଚସ୍ପତି ଜୟ କ୍ରିଷନ୍‌ ରୌରି ଟୁଇଟ୍‌ କରି ଲେଖିଛନ୍ତି: ‘ଆମ୍‌ ଆଦ୍‌ମି ପାର୍ଟି’ର ଜାତୀୟ ଆବାହକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଶୁଭ ଜନ୍ମଦିନ ଶୁଭେଚ୍ଛା। ଆପଣ ସକାରତ୍ମକତା ଓ ସାହସର ପରିଭାଷା। ଦେଶ ସେବା ଲାଗି ଈଶ୍ବର ଆପଣଙ୍କୁ ଦୀର୍ଘ ଜୀବନ, ସମୃଦ୍ଧି ଓ ସ୍ବାସ୍ଥ୍ୟ ଲାଗି ଆଶିଷ ଦିଅନ୍ତୁ।

ଅନ୍ୟ ଏକ ଟୁଇଟ୍‌‌ରେ ଉଲ୍ଲେଖ ଅଛି: ଶୁଭ ଜନ୍ମଦିନ ଅରବିନ୍ଦ କେଜ୍ରିୱାଲ୍‌ ସାର୍‌। ରାଜନୀତିରେ ନିତାନ୍ତ ଆବଶ୍ୟକ ହେଉଥିବା ପରିବର୍ତ୍ତନ ଭାରତବାସୀଙ୍କୁ ଉପହାର ଦେଇଥିବାରୁ ‘ଆଇଆଇଟିଆନ୍‌’, ‘ଆଇଆର୍‌ଏସ୍‌’ ତଥା ଭାରତର ରାଜଧାନୀର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଆପଣଙ୍କର ଏହି ଧାରା ଅଧିକ ଦେଖିବାକୁ ଆଶା କରୁଛି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଆଜି ୫୫ ବର୍ଷ ହେଲା। ୨୦୧୫ରୁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe