ଘର ଭିତରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ: ଯୌତୁକ ପାଇଁ ଚାଲିଗଲା ଆଉ ଏକ ଜୀବନ

ଭାରତରେ ‌ଯୌତୁକଜନୀତ ମୃତ୍ୟୁ କିଛି ନୂଆ କଥା ନୁହେଁ। ପ୍ରତିଦିନ କେଉଁଟି ନା କେଉଁଟି ‌ଯୌତୁକ ପାଇଁ ଅତ୍ୟାଚାରିତ ହୋଇ ନାରୀଟିଏ ଜୀବନ ଦେଉଥିବାର ଖବର ଦେଖିବାକୁ ମିଳିଥାଏ। 

New Project (16)

ବେଙ୍ଗାଲୁରୁ: ଭାରତରେ ‌ଯୌତୁକଜନୀତ ମୃତ୍ୟୁ କିଛି ନୂଆ କଥା ନୁହେଁ। ପ୍ରତିଦିନ କେଉଁଟି ନା କେଉଁଟି ‌ଯୌତୁକ ପାଇଁ ଅତ୍ୟାଚାରିତ ହୋଇ ନାରୀଟିଏ ଜୀବନ ଦେଉଥିବାର ଖବର ଦେଖିବାକୁ ମିଳିଥାଏ। 

ବୁଧବାର ଦିନ ବେଙ୍ଗାଲୁରୁରେ ଜଣେ ୨୭ ବର୍ଷୀୟା ମହିଳାଙ୍କୁ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ିଛି। ହେଲେ ‌ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି।

ଶିଳ୍ପା ନାମକ ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ପୀଡିତାଙ୍କ ଶଶୁରଘର ଲୋକଙ୍କ ଦ୍ୱାରା ତାଙ୍କୁ ସବୁବେଳେ ଯୌତୁକଜନୀତ ନିର୍ଯାତନା ଦିଆଯାଉଥିଲା। ଯାହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି। ପୁଲିସ ଏହି ଘଟଣାରେ ଶିଳ୍ପାଙ୍କ ସ୍ୱାମୀ ପ୍ରବୀଣଙ୍କୁ ଗିରଫ କରିଛି, ଯିଏକି ଜଣେ ପୂର୍ବତନ ସଫ୍ଟୱେର୍ ପ୍ରଫେସନାଲ।

ପୂର୍ବରୁ ଆଇଟି କ୍ଷେତ୍ରରେ କାମ କରୁଥିବା ଶିଳ୍ପା ପ୍ରାୟ ଅଢ଼େଇ ବର୍ଷ ହେବ ପ୍ରବୀଣଙ୍କ ସହିତ ବିବାହ କରିଥିଲେ। ଦମ୍ପତିଙ୍କର ଏକ ଦେଢ଼ ବର୍ଷର ପିଲା ଅଛି। ମୃତ୍ୟୁ ବେଳକୁ ସେ ପୁଣି ଥରେ ଗର୍ଭବତୀ ଥିଲେ। 

ଶିଳ୍ପାଙ୍କ ବାପାମାଆ କହିଛନ୍ତି ଯେ ପ୍ରବୀଣଙ୍କ ପରିବାର ବିବାହ ପୂର୍ବରୁ ପ୍ରଥମେ ୧୫ ଲକ୍ଷ ଟଙ୍କା ନଗଦ, ୧୫୦ ଗ୍ରାମ ସୁନା ଅଳଙ୍କାର ଏବଂ ଘରକରଣା ସାମଗ୍ରୀ ଦାବି କରିଥିଲେ। ମାତ୍ର ସେମାନେ ଏହି ଦାବି ପୂରଣ କରିବା ସତ୍ତ୍ୱେ, ବିବାହ ପରେ ଶିଳ୍ପାଙ୍କୁ ବାରମ୍ବାର ଅଧିକ ଟଙ୍କା ଏବଂ ମୂଲ୍ୟବାନ ଜିନିଷପତ୍ର ପାଇଁ ଚାପ ପକାଯାଉଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe