ଗର୍ଭବତୀ ମହିଳା ଜଙ୍ଗଲ ରକ୍ଷୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରି ଗିରଫ ହେଲେ ପୂର୍ବତନ ସରପଞ୍ଚ ଦମ୍ପତି

Advertisment
ଗର୍ଭବତୀ ମହିଳା ଜଙ୍ଗଲ ରକ୍ଷୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରି ଗିରଫ ହେଲେ ପୂର୍ବତନ ସରପଞ୍ଚ ଦମ୍ପତି

ପୁଣେ: ମହାରାଷ୍ଟ୍ର ସତାରା ଜିଲ୍ଲାର ଏକ ଗ୍ରାମରେ ଜଣେ ପୂର୍ବତନ ସରପଞ୍ଚ ଏବଂ ତାଙ୍କ ପତ୍ନୀ ତିନି ମାସର ଗର୍ଭବତୀ ଥିବା ଜଣେ ମହିଳା ଜଙ୍ଗଲ ରକ୍ଷୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି ବୋଲି ଗୁରୁବାର ଦିନ ପୁଲିସ କହିଛି।

ଘଟଣା ସଂପର୍କରେ ସୂଚନା ଦେଇ ପୁଲିସ୍‌ କହିଛି ଯେ ଏଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଅବସ୍ଥିତ ପଶ୍ଚିମ ମହାରାଷ୍ଟ୍ର ଜିଲ୍ଲାର ପାଲସାୱାଡେ ଗ୍ରାମରେ ବୁଧବାର ଏହି ଘଟଣା ଘଟିଛି। ପୁଲିସ ସୂଚନା ଅନୁଯାୟୀ, ସ୍ଥାନୀୟ ଜଙ୍ଗଲ ପରିଚାଳନା କମିଟିର ସଦସ୍ୟ ଥିବା ଅଭିଯୁକ୍ତ ବ୍ୟକ୍ତି ଜଣକ ଚୁକ୍ତିଭିତ୍ତିକ ଜଙ୍ଗଲ ଶ୍ରମିକମାନଙ୍କୁ ତାଙ୍କ ସହ ବିନା ଅନୁମତିରେ ନେଇ ମହିଳା ଜଙ୍ଗଲ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୁରୁବାର ଦିନ ନିଜ ଟ୍ଵିିଟର ହ୍ୟାଣ୍ଡେଲରେ ଭିଡିଓ ସେୟାର କରି ମହାରାଷ୍ଟ୍ର ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି, ଆଜି ସକାଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ବିରୋଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବଂ ଭବିଷ୍ୟତରେ ଏହିପରି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ।

publive-image

ସତାରା ଆରକ୍ଷୀ ଅଧୀକ୍ଷକ (ଏସପି) ଅଜୟ କୁମାର ବଂଶଲ କହିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତି ଜଣକ ଗାଁର ପୂର୍ବତନ ସରପଞ୍ଚ ଏବଂ ସ୍ଥାନୀୟ ଜଙ୍ଗଲ ପରିଚାଳନା କମିଟିର ସଦସ୍ୟ। ସେ କହିଛନ୍ତି, ସେ ଏବଂ ତାଙ୍କ ପତ୍ନୀ ତିନି ମାସର ଗର୍ଭବତୀ ଥିବା ମହିଳା ଜଙ୍ଗଲ ରାକ୍ଷୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। କାରଣ ଅଭିଯୁକ୍ତ ଜଣକ ବିନା ଅନୁମତିରେ ଚୁକ୍ତିଭିତ୍ତିକ ଜଙ୍ଗଲ ଶ୍ରମିକମାନଙ୍କୁ ସାଙ୍ଗରେ ନେଇ ଯାଉଥିବାରୁ ମହିଳା ଜଙ୍ଗଲ ରକ୍ଷୀ ଏହାର ବିରୋଧ କରିଥିଲେ।
ମାଡ଼ ମାରିଥିବା ସରପଞ୍ଚ ଦମ୍ପତିଙ୍କ ବିରୋଧରେ ସତାରା ତାଲୁକା ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ବୋଲି ସେ କହିଛନ୍ତି। ଯେହେତୁ ଜଙ୍ଗଲ ରକ୍ଷୀ ଗର୍ଭବତୀ ଅଛନ୍ତି, ତାଙ୍କ ଗର୍ଭସ୍ଥ ଶିଶୁର ଡାକ୍ତରୀ ପରୀକ୍ଷା କରାଯିବ। ଯଦି ଭ୍ରୁଣ କ୍ଷତିଗ୍ରସ୍ତ ହୋଇଥାଏ, ତେବେ ସମ୍ପୃକ୍ତ ବିଭାଗ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଆରୋପ ମଧ୍ୟ ଲଗାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe