Image Courtesy of India Today
ହଜାରିବାଗ୍: ଶୁକ୍ରବାର ଦିନ ଏକ ‘ଫାଇନାନ୍ସ୍’ କମ୍ପାନିର ଋଣ ଆଦାୟକାରୀମାନେ ଜଣେ ଅନ୍ତଃସତ୍ତ୍ବା ମହିଳାଙ୍କ ଉପରେ ଟ୍ରାକ୍ଟର୍ ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି।
ପୀଡ଼ିତା ହେଉଛନ୍ତି ଉକ୍ତ ପ୍ରସିଦ୍ଧ ‘ଫାଇନାନ୍ସ୍’ କମ୍ପାନିରୁ ଅର୍ଥ ଋଣ ନେଇ ଟ୍ରାକ୍ଟର୍ ଖରିଦ କରିଥିବା କୃଷକଙ୍କ ଝିଅ। କିସ୍ତି ପରିଶୋଧ କରି ନ ଥିବା ଉକ୍ତ କୃଷକଙ୍କ ଅଜ୍ଞାତରେ ‘ଫାଇନାନ୍ସ୍’ କମ୍ପାନିର କର୍ମଚାରୀମାନେ ସେ ଟ୍ରାକ୍ଟର୍ଟି ବ୍ୟାଜାପ୍ତ କରିବାକୁ ତାଙ୍କ ଘରକୁ ଯାଇଥିଲେ। କର୍ମଚାରୀମାନେ ଟ୍ରାକ୍ଟର୍ ନେବା ବେଳେ କୃଷକଙ୍କ ଝିଅ ସହିତ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ସେମାନଙ୍କୁ ବାଧା ଦେବାକୁ କୃଷକଙ୍କ ଝିଅ ଟ୍ରାକ୍ଟର୍ ସାମ୍ନାକୁ ଚାଲି ଆସିଥିଲା।
କିନ୍ତୁ, ‘ଫାଇନାନ୍ସ୍’ କମ୍ପାନିର କର୍ମଚାରୀମାନେ ନିର୍ବିଚାର ଭାବେ ଅନ୍ତଃସତ୍ତ୍ବାଥିବା କୃଷକଙ୍କ ଝିଅ ଉପରେ ଟ୍ରାକ୍ଟର୍ ଚଢ଼ାଇ ଦେଇଥିଲେ ବୋଲି ଅଭିଯୋଗ ହେଉଛି। ପୀଡ଼ିତାଙ୍କର ଜଣେ ଆତ୍ମୀୟଙ୍କ କହିବା ଅନୁସାରେ, ଆହତ ଝିଅକୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।
Image Courtesy of DNAହଜାରିବାଗ୍ ଏସ୍. ପି. ମନୋଜ ରତନ ଛୋଠେ କହିଛନ୍ତି, ଟ୍ରାକ୍ଟର୍ ଜବତ କରି ନେବା ପାଇଁ ‘ଫାଇନାନ୍ସ୍’ କମ୍ପାନିର କର୍ମଚାରୀମାନେ କୃଷକଙ୍କ ଘରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେତେବେଳେ ଟ୍ରାକ୍ଟର୍ ଧକ୍କା ଖାଇ ତାଙ୍କ ଝିଅ ମରିଯାଇଥିଲା। ଏହି ଘଟଣାରେ ନରହତ୍ୟା ମାମଲା ରୁଜୁ କରାଯାଇଛି।
ଏହାଛଡ଼ା, ଟ୍ରାକ୍ଟର୍ ଜବତ କରିବାକୁ ଯିବା ପୂର୍ବରୁ ‘ଫାଇନାନ୍ସ୍’ କମ୍ପାନିର କର୍ମଚାରୀମାନେ ସ୍ଥାନୀୟ ଥାନାକୁ ଜଣାଇ ନ ଥିଲେ ବୋଲି ପୁଲିସ କହିଛି।
Follow Us