ଜଳୁଥିବା ଆମ୍ବୁଲାନ୍ସରୁ ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା

Advertisment

ଜଳୁଥିବା ଆମ୍ବୁଲାନ୍ସରୁ ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା। ମହାରାଷ୍ଟ୍ରର ଜଲଗାଓଁରେ ଘଟିଛି ଏଭଳି ଘଟଣା। ବିସ୍ଫୋରଣ ଏତେ ବଡ଼ ଥିଲା ‌ଯେ, ଆଖପାଖ ଘରର କାଚ ଭାଙ୍ଗିଯାଇଥିବା ଦାବି କରିଛନ୍ତି ଲୋକେ।

ଜଳୁଥିବା ଆମ୍ବୁଲାନ୍ସରୁ ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା। ମହାରାଷ୍ଟ୍ରର ଜଲଗାଓଁରେ ଘଟିଛି ଏଭଳି ଘଟଣା। ବିସ୍ଫୋରଣ ଏତେ ବଡ଼ ଥିଲା ‌ଯେ, ଆଖପାଖ ଘରର କାଚ ଭାଙ୍ଗିଯାଇଥିବା ଦାବି କରିଛନ୍ତି ଲୋକେ।

ambulaw

ଜଲଗାଓଁ: ଜଳୁଥିବା ଆମ୍ବୁଲାନ୍ସରୁ ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା। ମହାରାଷ୍ଟ୍ରର ଜଲଗାଓଁରେ ଘଟିଛି ଏଭଳି ଘଟଣା। ବିସ୍ଫୋରଣ ଏତେ ବଡ଼ ଥିଲା ‌ଯେ, ଆଖପାଖ ଘରର କାଚ ଭାଙ୍ଗିଯାଇଥିବା ଦାବି କରିଛନ୍ତି ଲୋକେ। ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ପରିବାର ବୁଧବାର ସନ୍ଧ୍ୟାରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଯାଉଥିଲେ। ଇଞ୍ଜିନରେ ନିଆଁ ଲାଗିବାର କିଛି ମିନିଟ୍ ପରେ ଭିତରେ ଥିବା ଅମ୍ଳଜାନ ସିଲିଣ୍ଡରଟି ଫାଟି ଯାଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଆମ୍ବୁଲାନ୍ସ ଗର୍ଭବତୀ ମହିଳା ଏବଂ ତାଙ୍କ ପରିବାରକୁ ଏରାଣ୍ଡୋଲ ସରକାରୀ ଡାକ୍ତରଖାନାରୁ ଜଲଗାଓଁ ଜିଲ୍ଲା ଡାକ୍ତରଖାନାକୁ ନେଇ ଯାଉଥିଲା। ଏହି ସମୟରେ ଦାଦା ୱାଡି ଅଞ୍ଚଳର ଜାତୀୟ ରାଜପଥରେ ଥିବା ଫ୍ଲାଏ ଓଭରରେ ହଠାତ୍ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିଥିଲେ ଆମ୍ବୁଲାନ୍ସ ଚାଳକ। ଏହା ଦେଖି ସେ ତୁରନ୍ତ ଗର୍ଭବତୀ ମହିଳା ଏବଂ ତାଙ୍କ ପରିବାରକୁ ଆମ୍ବୁଲାନ୍ସରୁ ଓହ୍ଲାଇବାକୁ କହି ନିଜେ ବାହରକୁ ବାହାରିଯାଇଥିଲେ। ସମସ୍ତେ କିଛି ଦୂର ଦୌଡ଼ି ପଳାଇବା ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଥିଲା। ହୁତୁହୁତୁ ହୋଇ ଆମ୍ବୁଲାନ୍ସ ଜଳିବାରୁ ଭିତ‌ରେ ଥିବା ଅମ୍ଳଜାନ ସିଲିଣ୍ଡରଟି ଫାଟି ଯାଇଥିଲା, ଯାହାଦ୍ବାରା ଆମ୍ବୁଲାନ୍ସଟି ନିଆଁ ପିଣ୍ଡୁଳା ହୋଇ ଉପରକୁ ଉଠିଯାଇଥିଲା, ଯାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe