୭ ମାସର ଗର୍ଭବତୀଙ୍କୁ ନିଆଁରେ ପୋଡ଼ି ମାରିବାକୁ ଉଦ୍ୟମ!

Advertisment
୭ ମାସର ଗର୍ଭବତୀଙ୍କୁ ନିଆଁରେ ପୋଡ଼ି ମାରିବାକୁ ଉଦ୍ୟମ!

ନୂଆଦିଲ୍ଲୀ: ସମାଜରେ ଦିନକୁ ଦିନ ଅପରାଧର ହାର ବଢ଼ି ବଢ଼ି ଚାଲିଛି । ସେ ଗାଁ ହେଉ କି ସହର ସବୁଠି ଅପରାଧର ହାର ବଢିଛି । ଯାହା ପୂର୍ବ ବର୍ଷର ଏନସିଆରବି ରିପୋର୍ଟ ଦେଖିଲେ ସ୍ପଷ୍ଟ ଜାଣି ହେଉଛି । ନିକଟରେ ଦିଲ୍ଲୀରେ ଜଣେ ମହିଳାଙ୍କୁ ନିଆଁ ଲାଗିଯାଇଥିବାରୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯିଏକି ସାତ ମାସର ଗର୍ଭବତୀ ଥିଲେ । ଘଟଣାଟି ଡିସେମ୍ବର ୬ରେ ଘଟିଥିବା ବେଳେ ଘଟଣାଟି ଦିଲ୍ଲୀର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ତେବେ ଏହି ଘଟଣାରେ ଗର୍ଭବତୀ ପୀଡ଼ିତା ଜଣକ ଶାଶୁଘର ଲୋକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ କହିବା ଅନୁଯାୟୀ, ସେ ବାୱାନାର ବାସିନ୍ଦା ଅଟନ୍ତି, ତାଙ୍କ ନାମ ଖୁସବୁ । ପୁଲିସର ସୂଚନାନୁସାରେ, ସେ ତାଙ୍କ ସ୍ୱାମୀ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ନିଆଁ ସାମ୍ନାରେ ବସିଥିଲେ, ସେଠାରେ ବସିଥିବା ବ୍ୟକ୍ତି ଜଣକ ନିଆଁରେ ରଙ୍ଗରେ ବ୍ୟବହାର ହେଉଥିବା ଥିନରକୁ ଢାଳି ଦେଲେ ଯାହାଦ୍ବାରା ତାଙ୍କ ମୁହଁ, ହାତ ଏବଂ ବିଭିନ୍ନ ଅଙ୍ଗରେ ନିଆଁ ଲାଗିଯାଇଥିଲା । ଏପରିକି ତାଙ୍କ ସ୍ୱାମୀ ଭୀର ପ୍ରତାପ ମଧ୍ୟ ଆହତ ହୋଇଥିଲେ। ତେବେ ମହିଳାଙ୍କ ପରିବାର ଏହି ଦାବିକୁ ବିରୋଧ କରି କହିଛନ୍ତି ଯେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ତାଙ୍କୁ ହଇରାଣ କରିଛନ୍ତି । ଖୁସବୁଙ୍କ ଭାଇ ସନ୍ଦୀପ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କ ଶାଶୁ ପୋଡି ଦେଇଛନ୍ତି ।

ମହିଳା ଆୟୋଗ ଏହି ଘଟଣାର ଅବଗତ ହୋଇ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଛନ୍ତି। "ବାୱାନାରେ ପେଟ୍ରୋଲ ଢାଳି ୭ ମାସର ଗର୍ଭବତୀ ମହିଳାଙ୍କୁ ନିଆଁ ଲଗାଇ ଦିଆଯାଇଛି। ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆମେ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଛୁ ଏବଂ ପୀଡିତାଙ୍କୁ ସମସ୍ତ ସହାୟତା ପ୍ରଦାନ କରୁଛୁ । ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଏକ ଟୁଇଟ୍‌ରେ ମଧ୍ୟ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe