ଗର୍ଭବତୀ ମହିଳା ଟିକା ନେଇପାରିବେ

Advertisment
ଗର୍ଭବତୀ ମହିଳା ଟିକା ନେଇପାରିବେ

Zee Business

ନୂଆଦିଲ୍ଲୀ : ଗର୍ଭବତୀ ମହିଳାମାନେ ଟିକା‌ ନେଇପାରିବେ। କୋଭିଡ୍‌ ଟିକା ପାଇଁ ଗର୍ଭବତୀ ମହିଳା କୋୱିନ୍‌ ପ୍ଲାଟଫର୍ମ‌୍‌ରେ ପଂଜୀକରଣ କରିପାରିବେ କିମ୍ବା ଟିକାକରଣ କେନ୍ଦ୍ର ଯାଇ ଟିକା ନେଇପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଏହା କାର୍ଯ୍ୟକାରୀ କରିବାପାଇଁ ରାଜ୍ୟମାନଙ୍କୁ ଆବଶ୍ୟକୀୟ ନିୟମ ଏବଂ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁ ଅଧିକସଂଖ୍ୟାରେ କରୋନା ସଂକ୍ରମିତ ‌ହେବା ଘଟଣା ଚିନ୍ତା ବଢ଼ାଇବାରୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଗତ ମାସରେ ସ୍ତନ୍ୟପାନ କରାଉଥିବା ମହିଳାମାନେ ଟିକା ନେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ ଗର୍ଭବତୀ ମହିଳାମାନଙ୍କୁ ଟିକା ଦେବା ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ହୋଇନଥିଲା। ସରକାର କହିଛନ୍ତି, କମ୍‌ ସୁରକ୍ଷା ଏବଂ ଫଳପ୍ରଦ ତଥ୍ୟ ନଥିବାରୁ ଟିକାର ନୈଦାନିକ ପରୀକ୍ଷଣରେ ଗର୍ଭବତୀ ମହିଳାଙ୍କୁ ସାମିଲ କରାଯାଇନଥିଲା। ଆଇସିଏମ୍ଆର ଡିଜି ବଳରାମ ଭାର୍ଗବ ଗତ ସପ୍ତାହରେ କହିଥିଲେ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇପାରିବ। ଟିକା ସେମାନଙ୍କ ପାଇଁ ଉପଯୋଗୀ ଏବଂ ସେମାନଙ୍କୁ ଏହା ଦିଆଯିବା ଉଚିତ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe